ପଦ୍ମପୁର,୨୬।୭(ପ୍ରଦୀପ୍ତ ଦାଶ): ଆଜିକାଲି ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ହେଉଛି। ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁ ପଦ୍ମପୁରରୁ ମାତ୍ର ୨ କି.ମି ହେବ ମହୁଳପାଲି ସମ୍ବଲପୁରୀ କପଡା ବଜାର ବେହାଳ ହୋଇପଡ଼ିଛି। ଏହି ବଜାରକୁ ପଦ୍ମପୁର ବ୍ଲକ ସମେତ ବରପାଲି,ଗାଇସିଲାଟ,ବରଗଡ଼,ବଲାଙ୍ଗିର ଅଞ୍ଚଳର ପ୍ରାୟ ୪ ହଜାର ରୁ ଉଦ୍ଧର୍ବ ବୁଣାକାର ଓ ବ୍ୟବସାୟୀ ନିର୍ଭା କରିଥାନ୍ତି। ଦୀର୍ଘ ବର୍ଷ ଧରି ବୁଣାକାରମାନେ ବର୍ଷା ଦିନରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ନଜରକୁ ଆସିଛି। ବର୍ଷାରେ ଓଦା ହୋଇଛି କପଡା ଓ ସୂତା ସାମଗ୍ରୀ। ଫଳରେ ହତାଶ ହୋଇ ଫେରିଯାଇଛନ୍ତି କପଡା ବ୍ୟବସାୟୀ ଓ ବୁଣାକାର।
ବର୍ଷା ଦିନରେ ରାସ୍ତା କାଦୁଅ ହେବା ସହ କୌଣସି ସ୍ଥାନରେ ଛପର ନ ଥିବାରୁ ବର୍ଷା ଆସିଲେ ବୁଣାକାର ଓ ବ୍ୟବସାୟୀମାନଙ୍କର କପଡା ଓଦା ହୋଇଯିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଯଥାଶୀଘ୍ର ଏହାର ସମାଧାନ ପାଇଁ ପଦ୍ମପୁର ମହୁଳପାଲି ବୁଣାକାର ଓ ବ୍ୟବସାୟୀ ସଂଘ ଗଣମାଧ୍ୟମ ଜରିଆରେ ଦାବି କରିଛନ୍ତି ।