ସମୁଦ୍ର ମଧ୍ୟରେ ଖାଦ୍ୟ ଦେଉଥିଲେ ବ୍ୟକ୍ତି: ପାଖରେ ପହଞ୍ଚିଲା ଏହି ମାଛ, ଘଟଲା ଏମିତି

ମଣିଷ ଓ ସିଲ୍‌କୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଡରିଯିବେ। ଜଣେ ବ୍ୟକ୍ତି ସମୁଦ୍ର ମଧ୍ୟରେ ଖାଦ୍ୟ ଦେଉଥିବା ବେଳେ ପାଖରେ ଏକ ସିଲ୍‌ ମାଛ ପହଞ୍ଚୁଛି। ମାତ୍ର ତାହା ବ୍ୟକ୍ତିଙ୍କୁ ଜଣାନାହିଁ, ପରେ ସିଲ୍‌ ତାଙ୍କୁ ଡାକିବାକୁ ଚେଷ୍ଟାକରି ତାଙ୍କ ଗୋଡକୁ ଟାଣୁଛି। ପରେ ବ୍ୟକ୍ତି ଜଣଙ୍କ ତାଙ୍କୁ ଖାଦ୍ୟ ଦେଉଛନ୍ତି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ନମସ୍କାର ସାର୍‌, ମୁଁ ମଧ୍ୟ ଏଠାରେ ଅଛି ….. ଆକ୍ସନକରି ଖାଦ୍ୟ ମାଗୁଛି ସିଲ୍‌। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।