ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାଷି ମଧ୍ୟାମରେ ଉଦ୍ଘାଟନ କରିଛନ୍ତି। କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ପାଟଣା ତହସିଲ ପରିସରରେ ସବ ରେଜିଷ୍ଟ୍ରି ଅଫିସ କାର୍ଯ୍ୟାଳୟ ପରିସରରେ ଗୁରୁବାରଠାରୁ ସବ ରେଜିଷ୍ଟର କାର୍ଯ୍ୟାଳୟ ଖୋଲିଛି। ଏହାକୁ ଆଭାସି ମାଧ୍ୟମରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ଲୋକସେବା ଭବନରୁ ପାଟଣା ବ୍ଲକ ଅଫିସ ଅଶ୍ୱାନ ହଲକୁ ଯୋଡି ହେଇଥିଲେ। ଅଭାଷି ମାଧ୍ୟମରେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣା ପାଣି ନାୟକ, ପାଟଣା ବିଧାୟକଙ୍କ ବ୍ଲକ ପ୍ରତିନିଧି କମଳା କାନ୍ତ ଦାଶ, ସବ ରେଜିଷ୍ଟ୍ରାର ଅଶିନୀ କୁମାର ନାଏକ, ପାଟଣା ବିଡିଓ ମାନସ କୁମାର ଦଣ୍ଡ ପାଟ, ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ରବିଶଙ୍କର ହେମ୍ରମ, ରାଜସ୍ବ ପରିଦର୍ଶକ ବନ ମାଳୀ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ନାୟକ, ତହସିଲ ଅମଲା ସୀତାନାଏକ ଝରଣା ମହାନ୍ତ, ଡାଟା ଏଣ୍ଟ୍ରି ଅପରେଟର ଲିଙ୍ଗରାଜ ଦାଶ, ରତିରଞ୍ଜନ ଦାସଙ୍କ ସହ ୧୧ ଜଣ ରାଜସ୍ବ ନିରୀକ୍ଷକ ସାମିଲ ହୋଇଥିଲେ। ପାଟଣା ତହସିଲ ଅଞ୍ଚଳର ୧୫୪ଟି ମୌଜା ଜମି ଜମା, ବିକ୍ରି , କବଲା, ୱିଲ, ମ୍ୟାରେଜ ରେଜିଷ୍ଟ୍ରେଶନ ଆଦି କାର୍ଯ୍ୟ ଏବେ ପାଟଣା ସବ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ସମ୍ପନ୍ନ ହୋଇପାରିବ।