ଶିକ୍ଷୟିତ୍ରୀଙ୍କ ପାଇଁ ଗେଟ୍‌ରେ ପଡ଼ିଲା ତାଲା: ବାହାରେ ରହିଗଲେ…

ସାକ୍ଷୀଗୋପାଳ,୧୩।୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଜେନାଙ୍କ ବଦଳି ବାତିଲ ଦାବିକରି ବିଦ୍ୟାଳୟର ଛାତ୍ରୀମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ସୋମବାର ଧାରଣା ଦେଇଛନ୍ତି।
ଆକ୍ରୋଶ ମୂଳକ ଭାବେ ଷଡ଼ଯନ୍ତ୍ର କରି ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଥିବାରୁ ଏହି ଆଦେଶ ପ୍ରତ୍ୟାହାର କରି ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଛାତ୍ରୀମାନେ ଗେଟ୍‌ ସମ୍ମୁଖରେ ବସି ରହିଥିଲେ। ଏପରିକି କିଛି ପୁରାତନ ଛାତ୍ର ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଗେଟ ବନ୍ଦ ରହିଥିବାରୁ ପ୍ରଧାନ ଶିକ୍ଷକ ନିରଞ୍ଜନ କରଙ୍କ ସମେତ ଅନ୍ୟ ଶିକ୍ଷୟିତ୍ରୀ ଓ ଶିକ୍ଷକ ବିଦ୍ୟାଳୟ ଭିତରକୁ ଯାଇ ପାରି ନ ଥିଲେ। ସୋମବାର ପ୍ରିମାଟ୍ରିକ ପରୀକ୍ଷା ରହିଥିଲେ ମଧ୍ୟ ଏହା ନିର୍ଦ୍ଧାରିତ ସମୟରେ ହୋଇ ପାରି ନ ଥିଲା। ଖବରପାଇ ସତ୍ୟବାଦୀ ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ପାଢ଼ୀ, ତହସିଲଦାର ସନ୍ତୋଷ ପାଣିଗ୍ରାହୀ ଓ ଥାନା ଆଇଆଇସି ସ୍ୟୈମ୍ୟରଞ୍ଜନ ମହାଲିକଙ୍କ ସହିତ ଅନ୍ୟ ଅଧିକାରୀମାନେ ଆନ୍ଦୋଳନ ଚଳାଇଥିବାଛାତ୍ରୀମାନଙ୍କୁ ବୁଝାଶୁଝା କରିଥିଲେ। ସେମାନଙ୍କ ଦାବି ସମ୍ପର୍କରେ ଉଚ୍ଚ ର୍କୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ଏବଂ ପରବର୍ତ୍ତୀ ଆଦେଶ କ୍ରମେ ପଦକ୍ଷେପ କରିବାକୁ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
Dharitri – Odisha’s No.1 Odia Daily