ଆରମ୍ଭ ହେଲା ମା’ ସପ୍ତକୁଟୁଣି ଠାକୁରାଣୀଙ୍କ ଯାତ୍ରା,ଉତ୍ସବ ମୁଖର ମଙ୍ଗରାଜପୁର ଗାଁ

ଦିଗପହଣ୍ଡି,୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗାଁର ମାଁ ସପ୍ତକୁଟୁଣି ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଗୁରୁବାର ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ବିଳମ୍ବିତ ରାତିରୁ ଶୁଭାରମ୍ଭ ହୋଇଛି। ଦୂର ଦୁରାନ୍ତରେ ଥିବା ବହୁ ସଂଖ୍ୟକ ଗ୍ରାମବାସୀ ପରିବାର ନେଇ ଗାଁରେ ପହଞ୍ଚିଛନ୍ତି।ଯାତ୍ରା ପାଇଁ ସମଗ୍ର ଗାଁ ଉତ୍ସବ ମୁଖର ହୋଇଉଠିଛି।

ସନ୍ଧ୍ୟାରେ ମା’ଙ୍କ ମନ୍ଦିରରେ ପୂର୍ବ ପ୍ରଚଳିତ ନୀତି କାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ମା’ଙ୍କ ମସ୍ତକରୁ ଫୁଲମଣ୍ଡା ଖସିଥିଲା। ଫୁଲମଣ୍ଡା ଖଚିତ ତାଟ କୁ ବାଦ୍ୟ ବାଜଣା ସହକାରେ ନୃତ୍ୟ ଗୀତ ଆତସବାଜି ଫୁଟାଇ ବିଶାଳ ଶୋଭାଯାତ୍ରା ରେ ଅସ୍ଥାୟୀ ଯାତ୍ରା ପୀଠକୁ ଅଣାଯାଇଥିଲା।ଶୋଭାଯାତ୍ରାରେ ଗାଁ ର ବହୁସଂଖ୍ୟକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଶୋଭାଯାତ୍ରା ରେ ଉପସ୍ଥିତ ଥିଲେ। ଯାତ୍ରାପୀଠରେ ମା’ଙ୍କୁ ଆସନ୍ତା ବୈଶାଖ ଶୁକ୍ଳ ଏକାଦଶୀ ତିଥି ଗୁରୁବାର ଯାଏ ପୂଜାର୍ଚ୍ଚନା କରାଯିବ ବୋଲି ଯାତ୍ରା କମିଟି ସଭାପତି ଏମ୍‌.ଅସନ୍ତୁଲୁ ରେଡ୍ଡୀ ଜଣାଇଛନ୍ତି। ପ୍ରତିଦିନ ରାତିରେ ମା’ଙ୍କ ଅସ୍ଥାୟୀ ଯାତ୍ରା ପୀଠରେ ମେଲୋଡି, ଭଜନ ସମାରୋହ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଥିଏଟର ପରିବେଷଣ କରାଯିବା କାର୍ଯ୍ୟକ୍ରମ ରହିଛି।ଯାତ୍ରା ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ବୃନ୍ଦ ଯାତ୍ରା ପରିଚାଳନା କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି।

Share