‘କୁଛ୍‌ କୁଛ୍‌ ହୋତା ହୈ’ ଗାଇଲେ ଇଣ୍ଡୋନେସୀୟ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ଭାରତର ୭୬ତମ ଗଣତନ୍ତ୍ର ଦିବସର ବିଶେଷ ଉତ୍ସବରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆନ୍ତୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶନିବାର ରାତିରେ ରାଷ୍ଟ୍ରପତି ଭବନରେ ଆୟୋଜିତ ରାତ୍ରି ଭୋଜନ ଉତ୍ସବରେ ରାଷ୍ଟ୍ରପତି ପ୍ରବୋଓ ସୁବିଆନ୍ତୋଙ୍କ ସହ ଆସିଥିବା ଇଣ୍ଡୋନେସିଆର ପ୍ରତିନିଧି ଦଳ ୧୯୯୮ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନଙ୍କ ପ୍ରସିଦ୍ଧ ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମର ଟାଇଟଲ ସଙ୍ଗ ଗାଇ ସମସ୍ତଙ୍କର ହୃଦୟ ଜିତିଥିଲେ। ଏହି ଇଣ୍ଡୋନେସୀୟ ପ୍ରତିନିଧି ଦଳରେ ଇଣ୍ଡୋନେସିଆର କେତେଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ରହିଥିଲେ।
ବିଶିଷ୍ଟ ସଙ୍ଗୀତଜ୍ଞ ଉଦିତ ନାରାୟଣ ଏବଂ
ଅଲ୍‌କା ୟାଗ୍ନିକ ଏହି ପ୍ରସିଦ୍ଧ ଗୀତକୁ ଗାଇଥିବା ବେଳେ ଏଥିରେ ଶାହରୁଖଙ୍କ ସହ ଅଭିନେତ୍ରୀ କାଜୋଲ ଓ ରାନୀ ମୁଖାର୍ଜୀ ଅଭିନୟ କରିଥିଲେ।