Categories: Home Leftଖେଳ

୭ ବର୍ଷ ପରେ ଆଇପିଏଲରେ ଖେଳିବାକୁ ଯାଉଛନ୍ତି ଏହି ଭାରତୀୟ ଖେଳାଳି

ଚେନ୍ନାଇ, ୧୮।୨ : ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)କୁ ଫେରିବାକୁ ଯାଉଛନ୍ତି ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତ୍ତେଶ୍ୱର ପୂଜାରା। ଏହି ବରିଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୫୦ ଲକ୍ଷ ଟଙ୍କାର ବେସ ପ୍ରାଇସରେ କିଣିଛି। ସେ ଅନ୍ତିମ ଥର ୨୦୧୪ରେ ପଞ୍ଜାବ ପାଇଁ ଖେଳିଥିଲେ। ସେହି ବର୍ଷ ପଞ୍ଜାବ ଆଇପିଏଲର ଫାଇନାଲରେ ପହଞ୍ଚିଥିଲା। ମାତ୍ର ୩୦ ମ୍ୟାଚ୍‌ ଖେଳିଥିବା ପୂଜାରା ଅତୀତରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ମଧ୍ୟ ଖେଳିଥିଲେ।