Categories: Home Leftଖେଳ

ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଟେଷ୍ଟ

ଚେନ୍ନାଇ, ୨୨ା୧- ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଇଂଲଣ୍ଡ-ଭାରତ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ବିନା ଦର୍ଶକରେ ରୁଦ୍ଧଦ୍ୱାରରେ ଖେଳାଯିବ। ବର୍ତ୍ତମାନର କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ)ର ସମ୍ପାଦକ ଆର୍‌.ଏସ୍‌. ରାମାସ୍ବାମୀ ପ୍ରକାଶ କରିଛନ୍ତି। ଏହି ଦୁଇ ଦଳର ଖେଳାଳିମାନେ ଚେନ୍ନାଇରେ ପହଞ୍ଚତ୍ବା ପରେ ବାୟୋ-ବବଲରେ ପ୍ରବେଶ ପୂର୍ବରୁ ସେମାନଙ୍କର କୋଭିଡ୍‌ ଟେଷ୍ଟ ହେବ। ସୂଚନାଯୋଗ୍ୟ, ନିକଟରେ ସରକାର ଆଉଟଡୋର ସ୍ପୋର୍ଟିଂ ଇଭେଣ୍ଟଗୁଡ଼ିକ ଲାଗି ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେଇଥିଲେ। ହେଲେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି)କୁ ମାନି ଚଳିବାକୁ ହେବ। ପ୍ରଥମ ଟେଷ୍ଟ ଫେବୃୟାରୀ ୫ ଏବଂ ଦ୍ୱିତୀୟ ଟେଷ୍ଟ ଫେବୃୟାରୀ ୧୭ରୁ ଖେଳାଯିବ।