ଆଇବିଏର ଉପଦେଷ୍ଟା ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର,୩।୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ସିଜିଏମ୍‌ ତଥା ବରିଷ୍ଠ ଓଡ଼ିଆ ବ୍ୟାଙ୍କ ଅଧିକାରୀ ବିକାଶ ନାରାୟଣ ମିଶ୍ର ଇଣ୍ଡିଆନ୍‌ ବ୍ୟାଙ୍କ ଆସୋସିଏଶନ (ଆଇବିଏ)ର ବରିଷ୍ଠ ଉପଦେଷ୍ଟା ପଦରେ ଯୋଗଦେଇଛନ୍ତି। ମିଶ୍ର ବୌଦ୍ଧ ଜିଲାର ଡାଙ୍ଗମୁଣ୍ଡା ଗାଁର ବାସିନ୍ଦା ବୋଲି ଜଣାପଡିଛି। ସେ ଜଣେ ମେଧାବୀ ଓ ପରିଶ୍ରମୀ ଅଧିକାରୀ ଭାବରେ ସୁନାମ ଅର୍ଜନ କରିଛନ୍ତି। ଜିଏମ୍‌ କଲେଜ, ସମ୍ବଲପୁରରୁ ସ୍ନାତକ ଏବଂ ଦିଲ୍ଲୀସ୍ଥିତ ଜେଏନ୍‌ୟୁରୁ ସାତକୋତ୍ତର ଡିଗ୍ରୀ ହାସଲ ପରେ ସେ ୧୯୮୫ରେ ପିଏନ୍‌ବିରେ ଅଫିସର ଭାବେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ସେ ବ୍ୟାଙ୍କର ବିଭିନ୍ନ ପଦପଦବୀରେ ରହି ଦେଶବିଦେଶରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ସାମାଜିକ କର୍ମୀ ବସନ୍ତ କୁମାର ମିଶ୍ରଙ୍କର ସେ କନିଷ୍ଠ ପୁତ୍ର ବୋଲି ସୂଚନା ମିଳିଛି।