ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ପଥର ବୋଝେଇ ହାଇଓ୍ବା

ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ଅଞ୍ଚଳରେ ଗୁରୁବାର ପଥର ବୋଝେଇ ହାଇଓ୍ବା ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଜଣେ ରହିଥିବାବେଳେ ସେ ଆହତ ହୋଇଛନ୍ତି। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଛି।
ପ୍ରକାଶ ଯେ, ରାଇକିଆ ଅଞ୍ଚଳରୁ ସିମନବାଡ଼ି ଅଞ୍ଚଳକୁ ଏକ ହାଇଓ୍ବାରେ ପଥର ବୋଝେଇ ହୋଇଆସୁଥିଲା। ତେବେ ସିକକେତାଠାରୁ ସିମନବାଡ଼ି ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଥିବାରୁ ସେହି ରାସ୍ତା ଦେଇ ଆସୁଥିବା ହାଇଓ୍ବାଟି ବାତ୍ୟା ‘ଦାନା’ ପାଇଁ ହେଉଥିବା ଝିପି ଝିପି ବର୍ଷା ଯୋଗୁ ପୋଲରେ ଭାରସାମ୍ୟ ହରାଇ ପୋଲ ତଳକୁ ପ୍ରାୟ ୨୦ ମିଟର ଖସିପଡ଼ିଥିଲା। ଖବର ଲେଖାହେବା ସୁଦ୍ଧା ହାଇଓ୍ବାକୁ ପୋଲ ତଳୁ ଉଦ୍ଧାର କରାଯାଇପାରିନାହିଁ।

Share
Tags: accident