ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ ବ୍ଲକ ସଦର ମହକୁମାରେ ସୋମବାର ବିଳମ୍ବିତ ରାତି ଏଭଳି ଅଘଟଣ ଦେଖାଦେଇଛି । ବାରକୋଟ ମେଡିକାଲ ପଛ ପଟେ ରହୁଥିବା ଅନୂଲ୍ୟ ନାଥଙ୍କ ଘରେ ଏଭଳି ଅଘଟଣ ଘଟିଛି । ଘର ସମ୍ମୁଖ ପୋର୍ଟିକୋ ତଳେ ଏକ ଇଣ୍ଡିଆନ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା। କୌଣସି କାରଣରୁ ସେଥିରେ ଅଗ୍ନି ସଂଯୋଗ ହୋଇ ଫାଟି ଯାଇଥିବା ଜଣାପଡିଛି । ବିଳମ୍ବିତ ରାତି ପରିବାର ଲୋକ ଘର ଭିତରେ ଶୋଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କିନ୍ତୁ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ପରେ ସିଡି ଘରର ଆଜବେଷ୍ଟ ଛାତ ଉଡିଯିବା ସହିତ କାନ୍ଥରୁ ପ୍ଲାଷ୍ଟର ଖସି ପଡିଛି । ସେହିପରି ପୋର୍ଟିକୋ ତଳେ ଥିବା କାର୍ ଏବଂ ବାଇକ୍ରେ ନିଆଁ ଲାଗି ଜଳିପୋଡି ଯାଇଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଭୟଙ୍କର ଶବ୍ଦ ସୃଷ୍ଟି ହୋଇଥିଲା। ଅନୂଲ୍ୟଙ୍କ ପରିବାର ଏବଂ ସାହି ପଡିଶା ଲୋକ ଘଟଣାସ୍ଥଳକୁ ଦୌଡି ଆସିଥିଲେ। ଏନେଇ ବାରକୋଟ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିବା ବେଳେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। କିନ୍ତୁ କେଉଁ କାରଣରୁ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଲା ଜଣାପଡିନାହିଁ। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଭୟଙ୍କର ଶବ୍ଦ ସୃଷ୍ଟି ହୋଇଥିଲା । ଅନୂଲ୍ୟଙ୍କ ପରିବାର ଏବଂ ସାହି ପୋଡିଶା ଲୋକ ଘଟଣାସ୍ଥଳକୁ ଦୌଡି ଆସିଥିଲେ । ଏନେଇ ବାରକୋଟ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିବାବେଳେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। କିନ୍ତୁ କେଉଁ କାରଣରୁ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଲା ଜଣାପଡିନାହିଁ ।