ଘର ବାରଣ୍ଡାରେ ରଖିଥିଲେ ପଲସର: ଆଉ ତା’ପରେ ଘଟିଲା…

ଦିଗପହଣ୍ଡି, ୪।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ରାଜନଗର ମେଇନ ରୋଡ଼ ବାସିନ୍ଦା ଜିତୁ ପଣ୍ଡା ନିଜ ଘର ବାରଣ୍ଡାରେ ରଖିଥିବା ପଲସର ବାଇକକୁ କୌଣସି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ କରିଛନ୍ତି। ସେ ସୋମବାର ବ୍ରହ୍ମପୁରରେ ଏକ ଭୋଜି ଉତ୍ସବରେ ଯୋଗଦେଇ ସାଙ୍ଗ ଜିତୁ ବିଷୋୟୀ ଙ୍କ ପଲସର ବାଇକ ନଂ. (ଓଡି୦୭ ଏଜେ ୫୩୨୫) ଧରି ଘରକୁ ଫେରିଥିଲେ। ରାତିରେ ବାଇକ ରଖି ଶୋଇଥିବାବେଳେ ସକାଳୁ ତାହା ଚୋରି ହୋଇଥିବା ଜାଣି ଥାନାରେ ଏତଲା ଦେଇଥିଲେ। ଥାନା ମାମଲା ନଂ. ୪୪୦/୨୫ ଅନୁଯାୟୀ, ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି।

 

Dharitri – Odisha’s No.1 Odia Daily

 

Share