ଲୋକଲୋଚନକୁ ଆସିବ ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା: ସିଆଙ୍ଗବାଲି ବିଦ୍ୟାଳୟ ଉତ୍ସବମୁଖର

ଦାରିଙ୍ଗବାଡି, ୧୬।୧୦(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ସହ ବିଭିନ୍ନ କ୍ଷେତ୍ରରେ ଲୁଚି ରହିଥିବା ଦକ୍ଷତା ତଥା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଶିକ୍ଷା ବିଭାଗର ବଡ଼ ପଦକ୍ଷେପ ନିଆଯାଉଥିବା ଓ କ୍ଲଷ୍ଟର, ବ୍ଲକ, ଜିଲା ଓ ପରେ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଏହି ପ୍ରତିଭା ପ୍ରଦର୍ଶନ କରିବାରେ ଛାତ୍ରୀଛାତ୍ରଙ୍କୁ ସୁଯୋଗ ଦିଆଯାଉଛି। ଏଭଳି ଦେଖିବାକୁ ମିଳିଛି ବିଭିନ୍ନ କ୍ଲଷ୍ଟର ସ୍ତରରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ପ୍ରଧାନ ଶିକ୍ଷକ ପାଣ୍ଡବ ପାଟମାଝୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରିୟବ୍ରତ ପ୍ରଧାନଙ୍କ ସଭା ପରିଚାଳନାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଆନ୍ଦ୍ରୀୟ ପ୍ରଧାନ ଯୋଗଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ଶିକ୍ଷକ ସଂଘର ସଭାପତି ଯାମିନୀକାନ୍ତ ପଡ୍ରା, କିରିକୁଟି ସିଆରସିସି ରାକେଶ କୁମାର ସାହୁ, ଭ୍ରମରବାଡି ର ଗୁପ୍ତେଶ୍ୱର ପଣ୍ଡା,ସିଆଙ୍ଗବାଲି ସିଆରସିସି ଅଜିତ କୁମାର ବେହେରଦଳେଇ ପ୍ରମୁଖ ମଞ୍ଚାସିନ ରହିଥିଲେ।

କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ନେଇ ବତ୍କୃତା,ରଚନା,ଚିତ୍ରାଙ୍କନ, ହସ୍ତାକ୍ଷର, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗିତା କରିଥିଲେ। ସେଥିରୁ ବ୍ଲକସ୍ତରୀୟ ସୁରଭି ପାଇଁ କୃତି ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇଛି। ଏହି ଚୟନ ଦାୟିତ୍ୱରେ ଶିକ୍ଷକ ସନିଆ ପ୍ରଧାନଙ୍କ ସମେତ ଭାସ୍କର ଚନ୍ଦ୍ର ମହାପାତ୍ର,ସନ୍ତୋଷ କୁମାର ସାହୁ,ଚିନ୍ମୟୀ ପ୍ରଧାନ, ମହେଶ ସେଠୀ,ଅନିତା ପ୍ରଧାନ, ସୁନିତା ପ୍ରଧାନଙ୍କ ସମେତ ଅନ୍ୟ ଶିକ୍ଷୟତ୍ରୀଶିକ୍ଷକ ମାନେ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ।

 

Dharitri – Odisha’s No.1 Odia Daily