ମୋହନା,୧।୧୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରଙ୍ଗ ମାଟିଆ ସ୍କୁଲ ନିକଟରେ ଶନିବାର ସକାଳେ ବାଇକ ସହ ବାଇକ ଧକ୍କା ହୋଇଛି। ସୂଚନା ପ୍ରକାରେ ମୋହନା ଠାରୁ ଏକ ବାଇକ ( ଓଡି ୨୦ ଡି ୫୯୮୧ ) ରେ ରଙ୍ଗ ମାଟିଆ ପ୍ରଧାନଶିକ୍ଷକ ହାବେଲ ଗମାଙ୍ଗ (୪୬) ବିଦ୍ୟାଳୟକୁ ଯାଉଥିବାବେଳେ ଅପରପାର୍ଶ୍ୱରୁ ବାଇକ ଯୋଗେ ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତର ରାଇଜୁକା ନୁଆସାହିର ବିଶ୍ୱ ମଲ୍ଲିକ ( ୨୦ )ଙ୍କ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ବିଶ୍ୱଙ୍କ ବାଇକ ରାସ୍ତାକାଡରେ ଥିବା ଏକ ପାନ ଦୋକାନକୁ ପିଟିହୋଇ ଛିଟିକି ପଡିଥିବା ଦେଖିବାକୁ ମିଳିଛି।
\