ବାଲେଶ୍ୱର, ୨୦।୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ କନିଷ୍ଠ କିରାଣିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ସଦର ଥାନା ଆଳୁପୁର ଗ୍ରାମର ସମରଜିତ ପ୍ରଧାନ (୩୧) । କୌଣସି କାରଣରୁ ସେ ଘରେ ବେକରେ ଗାମୁଛା ଲଗାଇ ଜୀବନ ହାରିଥିବା କୁହାଯାଉଛି। ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏ ନେଇ ପୋଲିସ ଏକ ଅପମୃତତ୍ୟୁ ମାମଲା ନଂ ୪/୨୬ରେ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।