ବେଲାରୁଷରେ ପହଞ୍ଚିଲେ ଓ୍ବାଗନର ଗ୍ରୁପ୍‌

ମସ୍କୋ,୧୬ା୭: ରୁଷିଆରୁ ବିଦ୍ରୋହ କରୁଥିବା ଓ୍ବାଗନର୍‌ ଗ୍ରୁପ୍‌ର ସୈନ୍ୟମାନେ ବେଲାରୁଷରେ ପହଞ୍ଚିଛନ୍ତି। ୟୁକ୍ରେନ ଏବଂ ପୋଲାଣ୍ଡର ଅଧିକାରୀମାନେ ଏନେଇ ନିଶ୍ଚିତ କରିଛନ୍ତି।

ବେଲାରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ଓ୍ବଗନର୍‌ ଯୁଦ୍ଧବିମାନ ଓସିପୋଭିଚି ସହର ନିକଟ ଏକ ସାମରିକ ପରିସରରେ ବେଲାରୁଷର ସୈନିକମାନଙ୍କୁ ନିର୍ଦ୍ଦେଶ ଦେଉଥିବାର ନଜର ଆସିଛନ୍ତି। ଜୁନ୍‌ ୨୪ରେ ଦକ୍ଷିଣ ରୁଷିଆର ରୋଷ୍ଟୋଭ-ଅନ୍‌-ଡନ୍‌ ଛାଡ଼ିବା ପରଠାରୁ ଓ୍ବାଗନର୍‌ ମୁଖ୍ୟ ୟେଭେନି ପ୍ରିଗୋଜିନ ସର୍ବସାଧାରଣରେ ଦେଖା ଦେଇନାହାନ୍ତି।