Montreal, Canada - 28 February 2018: Stacked cryptocurrency coins (Bitcoin, Ethereum, Litecoins)
ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସିକୁ ନେଇ ସରକାର ଶୀଘ୍ର ଏକ ବିଲ୍ ଆଣିବେ। ବର୍ତ୍ତମାନ ଥିବା ଆଇନରେ ଏ ସଂକ୍ରାନ୍ତ କୌଣସି ବ୍ୟବସ୍ଥା ନ ଥିବାରୁ ଏହାକୁ ନେଇ ଆଶଙ୍କା ପ୍ରକାଶ ପାଉଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। କ୍ରିପ୍ଟୋ କରେନ୍ସିକୁ ନିୟନ୍ତ୍ରିତ କରିବା ଲାଗି ଆର୍ବିଆଇ ଏବଂ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ନିକଟରେ କୌଣସି ଆଇନଗତ ପ୍ରକ୍ରିୟା ନାହିଁ ବୋଲି ରାଜ୍ୟ ସଭାକୁ ଠାକୁର କହିଛନ୍ତି। ଏହି ପ୍ରସଙ୍ଗକୁ ବିଚାର କରିବା ଲାଗି ବର୍ତ୍ତମାନର ନିୟମ ପର୍ଯ୍ୟାପ୍ତ ନୁହେଁ। ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରଦାନ କରିବା ଲାଗି ସରକାର ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି। ଏହାକୁ ନେଇ ଏମ୍ପାଓ୍ବାର୍ଡ ଟେକ୍ନୋଲୋଜି ଗ୍ରୁପ୍ର ଏକ ବୈଠକ ମଧ୍ୟ ଆୟୋଜନ କରାଯିବା କାର୍ଯ୍ୟକ୍ରମ ରହିଛି। ସେହିଭଳି କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହାର ରିପୋର୍ଟ ମଧ୍ୟ ଦେବ। ବିଲ୍ ଚୂଡ଼ାନ୍ତ ହେବା ପରେ ଏହାକୁ କ୍ୟାବିନେଟ୍କୁ ପଠାଯିବ। ବିଟ୍ କଏନ ସମେତ ଅନ୍ୟ ଭର୍ଚୁଆଲ କରେନ୍ସିକୁ ନେଇ ରିଜର୍ଭ ବ୍ୟାଙ୍କ ୨୦୧୮ରେ ଏକ ସର୍କୁଲାର ଜାରି କରିଥିଲା। ଏହାର କାରବାର ନ କରିବାକୁ ଅଂଶୀଦାର ସଂସ୍ଥାଗୁଡିକୁ କୁହାଯାଇଥିଲା। ୪ ମାର୍ଚ୍ଚ ୨୦୨୦ରେ ଆର୍ବିଆଇ ସର୍କୁଲାରକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବର୍ତ୍ତମାନ ୯୧ ଚାଇନା କମ୍ପାନୀ ଭାରତରେ ପଞ୍ଜୀକୃତ ଥିବା ବେଳେ ୮୦ଟି କାର୍ଯ୍ୟକ୍ଷମ ହେଉଛନ୍ତି।