ମହିଳାଙ୍କୁ ହତ୍ୟାକଲେ ଝିଅଙ୍କ ପୂର୍ବତନ ପୁରୁଷବନ୍ଧୁ

ନୂଆଦିଲ୍ଲୀ, ୭ା୭: ନୂଆଦିଲ୍ଲୀର ସରାଇ ରୋହିଲ୍ଲା ଅଞ୍ଚଳରେ ଜଣେ ୫୫ ବର୍ଷୀୟ ମହିଳାଙ୍କୁ ତାଙ୍କୁ ଝିଅଙ୍କ ପୂର୍ବତନ ପୁରୁଷବନ୍ଧୁ ଗୁଳିକରି ହତ୍ୟା କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପୁନମ ନାମ୍ନୀ ଉକ୍ତ ମହିଳାଙ୍କ ମୃତଦେହ ପାଇଥିଲା। ଝିଅଙ୍କ ପୂର୍ବତନ ପୁରୁଷ ବନ୍ଧୁ ଅଙ୍କିତ କୌଶିକ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ବୋଲି ଡିସିପି (ଉତ୍ତର) ସାଗର ସିଂ କାଲ୍‌ସି କହିଛନ୍ତି। ହତ୍ୟା ମାମଲା ରୁଜୁ ପରେ ଘଟଣାର ତଦନ୍ତ ଚାଲିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି କାଲ୍‌ସି କହିଛନ୍ତି।