ରାୟପୁର, ୪ା୨: ସାମାନ୍ୟ ମତାନ୍ତରକୁ କେନ୍ଦ୍ରକରି ଜଣେ ୨୨ ବର୍ଷୀୟା ପ୍ରେମିକା ତାଙ୍କ ୨୫ ବର୍ଷୀୟ ପ୍ରେମିକଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଛତିଶଗଡ଼ ବିଳାସପୁର ଅଞ୍ଚଳରେ ଘଟିଛି। ୨୫ ବର୍ଷୀୟ କାମତା ସୂର୍ଯ୍ୟବଂଶୀ ଏଠାରେ ଏକ ହୋଟେଲରେ କାର୍ଯ୍ୟ କରିବା ସହିତ ଭଡ଼ା ଘରେ ରହୁଥିଲେ। କିଛି ଦିନ ପରେ ଇନ୍ଷ୍ଟାଗ୍ରାମରେ ତାଙ୍କର ୨୨ ବର୍ଷୀୟା ଯୁବତୀ ରୋଶ୍ନୀ ସୂର୍ଯ୍ୟବଂଶୀଙ୍କ ସହ ପରିଚୟ ହୋଇଥିଲା। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ବେଳେ ଅଚାନକ କାମତା ରୋଶ୍ନୀଙ୍କ ନମ୍ବର ଏବଂ ମେସେଜ୍ ବ୍ଲକ୍ କରିଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ରୋଶ୍ନୀ କାମତାଙ୍କୁ ଭେଟିବା ସହ ତାଙ୍କ ଫୋନ୍ ମାଗିଥିଲେ। କିନ୍ତୁ ସେ ଫୋନ୍ ନ ଦେବାରୁ ରୋଶ୍ନୀ କାମତାଙ୍କ ଛାତିକୁ ଛୁରିରେ ଭୁସି ହତ୍ୟା କରିଥିଲେ।