A smartphone user shows the Facebook application on his phone in the central Bosnian town of Zenica, in this photo illustration, May 2, 2013. Facebook Inc's mobile advertising revenue growth gained momentum in the first three months of the year as the social network sold more ads to users on smartphones and tablets, partially offsetting higher spending which weighed on profits. REUTERS/Dado Ruvic (BOSNIA AND HERZEGOVINA - Tags: SOCIETY SCIENCE TECHNOLOGY BUSINESS) - RTXZ81J
ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ ଚାଲିଛି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ମଧ୍ୟବୟସ୍କ ପ୍ରାୟ ସମସ୍ତେ ଫେସ୍ବୁକ ସହ ଜଡିତ। ତେବେ ଅଧିକାଂଶ ନିଜ ପ୍ରୋଫାଇଲକୁ ଇମ୍ପ୍ରେସିଭ କରିବା ପାଇଁ ଚାହିଁଥାନ୍ତି। ସେଥିପାଇଁ ସେମାନେ ନୂଆ ନୂଆ ଫଟୋ ଅପ୍ଲୋଡ କରିଥାନ୍ତି। ତେବେ ଏହି କ୍ଷେତ୍ରରେ ପୁଅମାନେ ଟିକେ ଆଗୁଆ। ଝିଅମାନଙ୍କୁ ପ୍ରୋଫାଇଲଦ୍ୱାରା ଇମ୍ପ୍ରେସ କରିବାକୁ ଚାହିଁଥାନ୍ତି। ମାତ୍ର ଝିଅମାନେ ପୁଅଙ୍କ ପ୍ରୋଫାଇଲରେ ଅନେକ ଅଜବ ଅଜବ ଜିନିଷ ଖୋଜିଥାନ୍ତି। ତେବେ ଆପଣ କ’ଣ ଏହା ଜାଣନ୍ତି ତାହା କ’ଣ..
କ’ଣ କରନ୍ତି ଆପଣ: ପ୍ରୋଫାଇଲ ଚେକ୍ ସମୟରେ ଝିଅମାନେ ପ୍ରଥମେ ପୁଅ କ’ଣ କରୁଛି। ତାହାର ପ୍ରଫେଶନ କ’ଣ ତାହା ଦେଖିଥାନ୍ତି।
ଫଟୋ ଗ୍ୟାଲେରି : ଝିଅମାନେ ପ୍ରୋଫାଇଲ ଚେକ୍ କରିବା ସମୟରେ ଫଟୋ ଗ୍ୟାଲେରି ଛାଡି ନ ଥାନ୍ତି। ସେମାନେ ଫଟୋ ଦେଖି ପୁଅ କିପରି ଜୀବନଯାପନ କରୁଛନ୍ତି ତାହା ଜାଣିପାରନ୍ତି। କିଏ କିଏ ତା’ର ବନ୍ଧୁ ସେ ବିଷୟରେ ମଧ୍ୟ। ବେଳେ ବେଳେ କିଛି ଝିଅ ଫଟୋରେ ଦିଆଯାଇଥିବା କ୍ୟାପ୍ଶନରୁ ପୁଅଙ୍କ ଚିନ୍ତାଧାରା ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି ଏବଂ ତାଙ୍କ ଚିନ୍ତାଧାରା ସହ ତାହା ମିଶିବକି ନାହିଁ ତାହାର ହିସାବ କରିଥାନ୍ତି।
ମ୍ୟାରିଟାଲ ଷ୍ଟାଟସ୍: ପୁଅ ବିବାହ କରିଛି କି ନାହିଁ ଦେଖିଥାନ୍ତି ଝିଅ। ଯଦି ଆପଣ ବିବାହିତ ତେବେ ସିଙ୍ଗଲ ଷ୍ଟାଟସ ଦେଇ ଭୁଲ କରନ୍ତୁ ନାହିଁ। କାରଣ ଏଥିରୁ ଆପଣଙ୍କ ପ୍ରୋଫାଇଲରେ ଲୋକ ଭରସା କରି ନ ଥାନ୍ତି।
ପେଜ୍ ଲାଇକ: ସେମାନେ ଏହା ମଧ୍ୟ ଚେକ୍ କରିଥାନ୍ତ କି’ ଆପଣ କେଉଁ ସବୁ ପେଜ୍କୁ ଲାଇକ କରୁଛନ୍ତି। ଯଦି ଆପଣ ସମାଜ ସେବା ସମ୍ବନ୍ଧିତ କିଛି ପେଜ୍କୁ ଲାଇକ୍ କରନ୍ତି ତେବେ ଅଧିକ ଇମ୍ପ୍ରେସିଭ ହୋଇଥାନ୍ତି।