ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ , ପାଟି ଶୁଣି ପଡ଼ୋଶୀ ପହଞ୍ଚି…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରେ ଅଚାନକ ଲାଗିଗଲା ନିଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ପରିବାର। ଏଭଳି ଏକ ଘଟଣା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ ଶ୍ରୀ ରଘୁନାଥ ମନ୍ଦିର ନିକଟ ଧୁଆଁବାଡ଼ ସାହିରେ ଘଟିଛି।

ସୂଚନାନୁଯାୟୀ, କୈଳାସ ଗୌଡ଼ଙ୍କ ସ୍ତ୍ରୀ ରଜନୀ ଗୁରୁବାର ସନ୍ଧ୍ୟା ପ୍ରାୟ ୫ ଟାରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରେ ଆକସ୍ମିକ ନିଆଁ ଲାଗି ଯାଇଥିଲା। ସେ ପାଟି କରିବାରୁ ଆଖପାଖ ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଗିଥିବା ସିଲିଣ୍ଡରକୁ କୌଶଳ କ୍ରମେ ଘର ବାରିପଟ ଖୋଲା ଜାଗାରେ ଫୋପାଡି ଦେଇଥିଲେ। ଖବରପାଇ ସରପଞ୍ଚ ଗୀତାଞ୍ଜଳି ଜାନି ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଘଟଣା ଜଣାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଘଟଣରେ କେହି ଆହାତ ହୋଇ ନ ଥିବା ବେଳେ ନିଶ୍ଚିତ ଦୁର୍ଘଟଣାରୁ କୈଳାସଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share