Categories: Home Leftଖେଳ

ଟିମ୍‌ ଇଣ୍ଡିଆର ଭବିଷ୍ୟତ ଏବେ ସମୀକରଣ ହାତରେ

ନୂଆଦିଲ୍ଲୀ,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଶୁକ୍ରବାର ସ୍କଟଲାଣ୍ଡକୁ ୬.୩ ଓଭରରେ ହରାଇ ଦେଇଛି ଭାରତ। ବିରାଟ ବିଜୟ ସହ ଟିମ୍‌ ଇଣ୍ଡିଆର ସେମିଫାଇନାଲ ଆଶା ଉଜ୍ଜୀବିତ ରହିଛି। ଏବେ ୪ ମ୍ୟାଚ୍‌ରୁ ୪ ପଏଣ୍ଟ ଏବଂ +୧.୬୧୯ ନେଟ୍‌ ରନରେଟ୍‌ ସହ ଗ୍ରୁପ୍‌ର ତୃତୀୟ ସ୍ଥାନରେ ଅଛି ଟିମ୍‌ ଇଣ୍ଡିଆ। ବର୍ତ୍ତମାନ ଭାରତୀୟ ଦଳର ସେମିଫାଇନାଲ ଆଶା ଏବେ କିଛି ସମୀକରଣ ଉପରେ ନିର୍ଭର କରୁଛି।

ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଯେ କୌଣସି ମତେ ନ୍ୟୁଜିଲାଣ୍ଡକୁ ହରାଇବାକୁ ପଡ଼ିବ। ଯଦି ଆଫଗାନିସ୍ତାନ ୧୦ ରନ୍‌ରେ ମ୍ୟାଚ୍‌ ଜିତେ, ତେବେ
ନାମିବିଆ ବିପକ୍ଷ ମ୍ୟାଚ୍‌କୁ ଟିମ୍‌ ଇଣ୍ଡିଆ ଅତିକମ୍‌ରେ ୨ ରନ୍‌ରେ ଜିତିବା ଦରକାର। କିନ୍ତୁ ଆଫଗାନିସ୍ତାନ ଯଦି ବୃହତ୍‌ ବିଜୟ ହାସଲ କରେ, ତେବେ ସେମିଫାଇନାଲରେ ପ୍ରବେଶ କରିବା ଲାଗି ଭାରତକୁ ମଧ୍ୟ ବଡ଼ ବ୍ୟବଧାନରେ ନାମିବିଆକୁ ହରାଇବାକୁ ପଡ଼ିବ। ନ ହେଲେ ଆଫଗାନିସ୍ତାନ କ୍ୱାଲିଫାଏ କରିପାରେ।