ଭାରତ- ଇଂଲଣ୍ଡ ସିରିଜ୍‌ ଫଳାଫଳରେ ଖୁସି ଅଛନ୍ତି ଏହି ୪ ଆଇପିଏଲ ଟିମ୍‌

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗତ ୫୨ ଦିନ ମଧ୍ୟରେ ୪ଟି ଟେଷ୍ଟ, ପାଞ୍ଚଟି ଟି-୨୦ ଏବଂ ତିନୋଟି ଏକଦିବସୀୟ ମ୍ୟାଚ୍‌ ଖେଳାଯାଇଥିଲା। ଟିମ ଇଣ୍ଡିଆ ସମସ୍ତ ତିନୋଟି ସିରିଜ ଜିତିବାରେ ସଫଳ ହୋଇଥିଲା। ଏହି ସିରିଜର ଫଳାଫଳକୁ ନେଇ କେବଳ ଭାରତୀୟ ଦଳ ଖୁସି ନାହିଁ, ବରଂ ଆଇପିଏଲର ଚାରିଟି ଦଳର ଖୁସି ହୋଇଛନ୍ତି। ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋହଲି ଫର୍ମକୁ ନେଇ ଖୁସି ଥିବାବେଳେ ରିଷଭ ପନ୍ତଙ୍କୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ, କେ.ଏଲ ରାହୁଲଙ୍କୁ ନେଇ କିଙ୍ଗ୍ସ ଏକାଦଶ ପଞ୍ଜାବ, ରୋହି ଶର୍ମ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କ ଫର୍ମକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ବେଶ୍‌ ଖୁସି ଅଛନ୍ତି। କାରଣ ଏହିସବୁ ଖେଳାଳି ଭାରତ ଏବଂ ଇଂଲଣ୍ଡ ସିରିଜ୍‌ରେ ଜବରଦସ୍ତ ପ୍ରର୍ଶନ କରିଥିଲେ। ସ୬ୂଚନାଯୋଗ୍ୟ, ଏପ୍ରିଲ ୯ରୁ ଆଇପିଏଲର ୧୪ତମ ସିଜନ ଆରମ୍ଭ ହେବ।