**EDS: WITH STORY SPD5** New Delhi: An undated picture of former captain of physically challenged Indian cricket team Dinesh Sain, who is applying for peon's job at the National Anti Doping Agency (NADA) due to vagaries of life. (PTI Photo) (PTI28-07-2020_000048B) *** Local Caption ***
ନୂଆଦିଲ୍ଲୀ, ୨୯ା୭ (ପି.ଟି.)-ଅର୍ଥାଭାବ ଯୋଗୁ ଭାରତର ପୂର୍ବତନ ଭିନ୍ନକ୍ଷମ କ୍ରିକେଟ ଦଳର ଅଧିନାୟକ ଦୀନେଶ ସଇନ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ରେ ଏକ ପିଅନ ଚାକିରି ପାଇଁ ଆବେଦନ କରିଛନ୍ତି। ଜନ୍ମରୁ ପୋଲିଓ ରୋଗର ଶିକାର ହୋଇଥିବା ଦୀନେଶ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଭାରତର ଭିନ୍ନକ୍ଷମ ଦଳରୁ ପ୍ରତିନିଧିତ୍ୱ କରିଥିଲେ। ଏହି ସମୟ ମଧ୍ୟରେ ସେ ଭାରତୀୟ ଦଳର ଅଧିନାୟକତ୍ୱ ମଧ୍ୟ କରିଥିଲେ। ବର୍ତ୍ତମାନ ତାଙ୍କୁ ୩୫ ବର୍ଷ ବୟସ। ଆର୍ଥିକ ସଂକଟ ଯୋଗୁ ତାଙ୍କର ସ୍ତ୍ରୀ ଓ ୧ ବର୍ଷର ପିଲାକୁ ନେଇ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଛି। ଦୀନେଶ କହିଛନ୍ତି ଦ୍ୱାଦଶ ଷ୍ଟାଣ୍ଡାର୍ଡ ପରେ ସେ କେବଳ କ୍ରିକେଟ ଖେଳୁଥିଲେ। ଭାରତରୁ ପ୍ରତିନଧିତ୍ୱ ମଧ୍ୟ କରିଥିଲେ। ବର୍ତ୍ତମାନ ଗ୍ରାଜୁଏଶନର ପ୍ରଥମ ବର୍ଷ ଛାତ୍ର। ପରିବାର ଖର୍ଚ୍ଚ ତୁଲାଇବା ପାଇଁ ବର୍ତ୍ତମାନ ସମ୍ଭବ ହେଉନାହିଁ। ନାଡାରେ ଗୋଟିଏ ପିଅନ ଚାକିରି ଖାଲିପଡ଼ିଥିବା ଜାଣିବା ପରେ ସେ ଆବେଦନ କରିଛନ୍ତି। ଏପର୍ଯ୍ୟନ୍ତ ଦୀନେଶଙ୍କ ବଡ଼ ଭାଇ ପରିବାର ଖର୍ଚ୍ଚ ତୁଲାଇ ଆସୁଥିଲେ। ବର୍ତ୍ତମାନ ସେ ଅସାମର୍ଥ୍ୟ ପ୍ରକାଶ କରୁଛନ୍ତି। ତେବେ ସେ ନାଡାରେ ଚାକିରି କରିବା ପାଇଁ କାହିଁକି ଆଗ୍ରହୀ ବୋଲି ତାଙ୍କୁ ପଚରାଯିବାରେ ସେ କହିଛନ୍ତି ସାଧାରଣ ବର୍ଗରେ ପିଅନ ଚାକିରି ପାଇଁ ବୟସ ସୀମା ୨୫ବର୍ଷ ରହିଛି। ହେଲେ ଭିନ୍ନକ୍ଷମ କାଟାଗୋରିରେ ଏହା ୩୫ ବର୍ଷ ରଖାଯାଇଛି। ସରକାରୀ ଚାକିରି ପାଇଁ ତାଙ୍କ ଲାଗି ଏହା ହେଉଛି ଶେଷ ସୁଯୋଗ। ଦୀନେଶ କହିଛନ୍ତି ଏହା ପୂର୍ବରୁ ସେ ଜିଲା କୋର୍ଟରେ ପିଅନ ଚାକିରି ପାଇଁ ଆବେଦନ କରି ବିଫଳ ହୋଇଥିଲେ। ଦେଶ ତରଫରୁ ଖେଳିଥିଲେ ମଧ୍ୟ ପ୍ରସିଦ୍ଧି ଓ ଅର୍ଥ ତାଙ୍କଠାରୁ ଦୂରେଇ ଯାଇଛି। ଦୀନେଶ ତାଙ୍କର ଅତୀତ କଥା ମନେ ପକାଇ କହିଛନ୍ତି, ସେ ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇଥିଲେ ମଧ୍ୟ କ୍ରିକେଟ ପ୍ରତି ତାଙ୍କର ଥିଲା ଅଶେଷ ଦୁର୍ବଳତା। ଏହି ଖେଳ ପାଇଁ ସେ ନିଜକୁ କେବଳ ଭିନ୍ନକ୍ଷମ ବୋଲି ମନେ କରିନାହାନ୍ତି। ୨୦୧୫ରେ ବାଂଲାଦେଶରେ ଏକ ପଞ୍ଚରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ସେ ୪ଟି ଗେମ୍ରେ ସର୍ବାଧିକ ୮ଟି ଉଇକେଟ ହାସଲ କରିଥିଲେ। ପାକିସ୍ତାନ ବିପକ୍ଷରେ ସେ ଦୁଇଟି ଉଇକେଟ ନେଇଥିଲେ। ଏହି ଟୁର୍ନାମେଣ୍ଟର ୨୦୧୯ ସଂସ୍କରଣ ଇଂଲଣ୍ଡରେ ହୋଇଥିଲା। ଏଥିରେ ଭାରତ ଚାମ୍ପିୟନ ହୋଇଥିଲା। ଅବଶ୍ୟ ସେତେବେଳେ ଦୀନେଶ ଜଣେ ଖେଳାଳି ହିସାବରେ ନୁହେଁ ଜଣେ ଅଫିସିଆଲ ଭାବେ ଦଳ ସହିତ ଯାଇଥିଲେ। ନୂଆ ପିଲାମାନଙ୍କୁ ଗାଇଡ୍ କରିବା ଲାଗି ତାଙ୍କୁ କୁହାଯାଇଥିଲା।