ଚଢାଉ କରି ବିପୁଳ ପରିମାଣର କାଠ ଜବତ କଲା ବନବିଭାଗ, କାଠର ଆନୁମାନିକ ମୂଲ୍ୟ ହେବ…

ମୋହନା,୩୦।୧( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠ ଗଣ୍ଡି ଜବତ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ପୋଡ଼ାମାରି ଗାଁ ନିକଟସ୍ଥ ବଜାର ସାହିରେ ଥିବା ଏକ ପୋଖରୀ ନିକଟରେ ମୂଲ୍ୟବାନ କାଠ ଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇଥିଲା ବନ ବିଭାଗ। ଚଢ଼ାଉ କରି ବିପୁଳ ପରିମାଣର କାଠକୁ ଜବତ କରାଯାଇଛି। ଶୁକ୍ରବାର ପୁଣି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଅଙ୍ଗେଇତ ପୋଖରୀ ନିକଟରୁ ବନବିଭାଗବିପୁଳ ପରିମାଣର କାଠ ଜବତ କରିଛି । ପିଆଶାଳ, ଟାଙ୍ଗିଣି, ମୋଇ ଓ ଚାର ଭଳି ବିଭିନ୍ନ ଗଛର ଗଣ୍ଡିକୁ ଲୁଚାଇ ରଖାଯାଇଥିଲା। ଯାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ଏତେ ପରିମାଣର କାଠ କିଏ ଓ କେଉଁଠିକୁ ଚୋରାଚାଲାଣ କରିବା ପାଇଁ ରଖିଥିଲା, ତାହା ଜଣାପଡିନାହିଁ। ସମସ୍ତ ଜବତ କାଠର ଆନୁମାନିକ ବଜାର ଦର ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 

Dharitri – The Largest & Most Trusted Odia Daily