ମୁମ୍ବାଇ: ଆସନ୍ତା ୧୯ରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ଟକ୍ସିକ। ୟଶଙ୍କ ଏହି ଫିଲ୍ମ ରଣବୀର ସିଂହଙ୍କ ଧୂରନ୍ଧର-୨ ସହିତ କଡ଼ା ଟକ୍କର ଦେବ। ଯାହା ୨୦୨୫ର ସର୍ବାଧିକ ଆୟକାରୀ ଫିଲ୍ମ ଧୂରନ୍ଧରର ସିକ୍ୱେଲ। ଧୂରନ୍ଧର-୨ ଅପେକ୍ଷା ୟଶ, କିଆରା ଆଡଭାନୀ, ନୟନତାରା, ତାରା ସୁତାରିଆ ଏବଂ ରୁକ୍ମିଣୀ ବସନ୍ତଙ୍କ ଅଭିନୀତ ‘ଟକ୍ସିକ’କୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଏହି ସମୟରେ ନିର୍ମାତା ଟକ୍ସିକର ପ୍ରଥମ ଗୀତ ‘ତବାହି’ ରିଲିଜ କରିଛନ୍ତି। ଯାହା ରିଲିଜ ପରେ ପ୍ରଶଂସକଙ୍କ ପ୍ରିୟ ହୋଇପାରିଛି।
ଅଭିନେତ୍ରୀ କିଆରା ଆଡଭାନୀ ଏବଂ ୟଶଙ୍କୁ ନେଇ ନିର୍ମାତା ଏକ ପୋଷ୍ଟର ଶେୟାର କରିଛନ୍ତି। ଯାହା ପ୍ରଶଂସକମାନଙ୍କଠାରୁ ବେଶ୍ ପ୍ରଶଂସା ସାଉଁଟିଛି। ନିର୍ମାତା ଫିଲ୍ମରେ ଅକ୍ଷୟ ଓବରାୟ ଏବଂ ସୁଦେବ ନାୟର ନଜର ଆସିବେ ବୋଲି ଘୋଷଣା କରିଛନ୍ତି। ଅକ୍ଷୟ ଓବରାୟ ଟୋନି ଭୂମିକାରେ ନଜର ଆସିବେ।
ଯଶଙ୍କ ଚଳଚ୍ଚିତ୍ର ଟକ୍ସିକ, କେଭିଏନ ପ୍ରଡକ୍ସନ୍ସ ଏବଂ ମନ୍ଷ୍ଟାର ମାଇଣ୍ଡ କ୍ରିଏସନ୍ସ ବ୍ୟାନରରେ ଭେଙ୍କଟ କେ. ନାରାୟଣ ଏବଂ ୟଶଙ୍କ ଦ୍ୱାରା ପ୍ରଯୋଜିତ। ‘ଟକ୍ସିକ’ କନ୍ନଡ ଏବଂ ଇଂରାଜୀରେ ଏକକାଳୀନ ଶୁଟିଂ କରାଯାଇଛି, ଯେତେବେଳେ ଡବିଂ ସଂସ୍କରଣଗୁଡ଼ିକ ହିନ୍ଦୀ, ତେଲୁଗୁ, ତାମିଲ ଏବଂ ମାଲାୟଲମ ସମେତ ଅନେକ ଭାଷାରେ ମୁକ୍ତିଲାଭ କରିବ।