୨୩ରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କମିଟିର ପ୍ରଥମ ବୈଠକ

ନୂଆଦିଲ୍ଲୀ,୧୬ା୯: ଚଳିତମାସ ୨୩ ତାରିଖରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କମିଟିର ପ୍ରଥମ ବୈଠକ ବସିବା ନେଇ ପୂର୍ବତନ ରାଷ୍ଟ୍ରପତି ତଥା ‘ଓ୍ବାନ୍‌ ନେଶନ, ଓ୍ବାନ ଇଲେକ୍ସନ’ କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ ସୂଚନା ଦେଇଛନ୍ତି। ରାମନାଥ  ଶନିବାର ଭୁବନେଶ୍ୱର ଗସ୍ତରେ ଆସି ଏହି କଥା କହିଛନ୍ତି। ରାମନାଥ  ଏକ ଘରୋଇ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

ଏକା ଥରକେ ଲୋକ ସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ କରାଇବାକୁ କେନ୍ଦ୍ର ସରକାର ଚେଷ୍ଟିତ ଅଛନ୍ତି। ଏହାକୁ କେମିତି କାର୍ଯ୍ୟକାରୀ କରାଯାଇପାରିବ, ସେଥିପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ରାମନାଥ।