ଆସିକା,୨୦।୧୧: ଗଞ୍ଜାମ ଆସିକା ବ୍ଲକର ସିଦ୍ଧନଇ ପଂଚାୟତ ଅନ୍ତର୍ଗତ ଅତରଙ୍ଗ ଗ୍ରାମରେ ଗୁରୁବାର ଘଟିଛି ଏକ ଦୁଃଖଦ ତଥା ଅଭାବନୀୟ ଘଟଣା। ବାପାଙ୍କ ମୃତ୍ୟୁର ଦଶାହରେ ପୁଅଙ୍କ ମୃତ୍ୟୁ ଭଳି ଘଟଣା ଗାଁରେ ଶୋକର ଛାୟା ଖେଳାଇଦେଇଛି। ଅତରଙ୍ଗ ଗ୍ରାମର ଉଦୟ ଗୌଡ ଗତ ୧୧ ତାରିଖ ଦିନ ମୃତ୍ୟୁବରଣ କରିଥିଲେ। ବାପାଙ୍କ ମୃତ୍ୟୁପରେ ପାରମ୍ପରିକ ଶୁଦ୍ଧି କାର୍ଯ୍ୟ ନିୟୋଜିତ ଥିଲେ ଏକ ମାତ୍ର ପୁଅ ରାଜେନ୍ଦ୍ର । ରାଜେନ୍ଦ୍ର ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ l ଚିକିତ୍ସା ଲାଗି ତାଙ୍କୁ ସରକାରୀ ଡାକ୍ତର ଖାନାଙ୍କୁ ଅଣାଯାଇଥିଲା l ତେବେ ଡାକ୍ତର ମୃତ ଘୋଷଣା କରିଥିଲେ । ଏଭଳି ପରିସ୍ଥିତିରେ ରାଜେନ୍ଦ୍ରଙ୍କ ମୃତଦେହ ଗ୍ରାମରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଅପରପକ୍ଷେ ମୃତ ବାପା ଓ ପୁଅଙ୍କ ଶୁଦ୍ଧିକ୍ରିୟା କିଏ କରିବ ଓ କିପରି ହେବ ତାକୁ ନେଇ ପରିବାର ଓ କୁଳ ସମାଜ ପାଇଁ ଚିନ୍ତା ସୃଷ୍ଟି ହୋଇଛି l ତେବେ ବେସାହାରା ପରିବାରକୁ ସରକାରୀ ସହାୟତା ଲାଗି ଗ୍ରାମବାସୀ ନିବେଦନ କରୁଛନ୍ତି l