ହର ହର ମହାଦେବ ନାଦରେ କମ୍ପୁଛି ପ୍ରସିଦ୍ଧ ଜଳେଶ୍ବର ଶୈବପୀଠ

ତୁମୁଡିବନ୍ଧ, ୨୬।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଅଞ୍ଚଳର ରହିଥିବା ବିଭିନ୍ନ ଶୈବ ପୀଠରେ ମାନସିକଧାରୀ ,ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ରବିଥିବା ବେଳେ ବିଶେଷ କରି ତୁମୁଡିବନ୍ଧ ଜଳେଶପଟାସ୍ଥିତ ଜଳେଶ୍ବର ଶୈବପୀଠ ଓ ବେଲଘର ଶୈବ ପୀଠ ରେ ଦେଖିବାକୁ ମିଳିଛି ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛିl

ଭିଡରେ ହରହର ମହାଦେବ ଧ୍ୱନୀରେ କମ୍ପୁଛି ଜଳେଶ୍ୱର ପୀଠl ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରରେ ପାଳିତ ହେଉଅଛି ଶିବରାତ୍ରି l ବାବା ଜଳେଶ୍ୱରଙ୍କର ଦର୍ଶନ ପାଇଁ ଜିଲା ଏବଂ ଜିଲା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଛୁଟୁଛି l ବାବା ଜଳେଶ୍ୱର ରାହୁଳ ନଦୀ ମଧ୍ୟ୍ୟ ଗର୍ଭରେ ଫୁଟି ରହି ପୂଜା ପାଉଛନ୍ତି l

ଜଳେଶ୍ୱରଙ୍କୁ ଦର୍ଶନ ପାଇଁ ରାହୁଳ ନଦୀ ପାର ହେବାକୁ ପଡେ ତେଣୁ ଜଳେଶ୍ୱର ମନ୍ଦିର କମିଟି ଦ୍ଵାରା ନଦୀ ମଧ୍ୟରେ ଏକ ଅସ୍ଥାୟୀ କାଠ ପୋଲ ତିଆରି କରି ଶ୍ରଦ୍ଧାଳୁ ମାନେ କିପରି ସୁରକ୍ଷିତରେ ଯାଇ ଜଳେଶ୍ୱରଙ୍କୁ ଦର୍ଶନ କରି ଫେରିବେ ତାହାର ବନ୍ଦୋବସ୍ତ କରିଥିବା ଦେଖିବାକୁ ମିଳିଛି l

ରାତ୍ରୀ ଉଜାଗର ରହୁଥିବା ଭକ୍ତଙ୍କ ପାଇଁ ମଧ୍ୟ ସମସ୍ତ ପ୍ରକାର ସୁବିଧା ରହିଅଛି l ମନ୍ଦିରର କିଛି ଦୂର ଯାତ୍ରା ପଡିଆରେ ବିଭିନ୍ନ ପ୍ରକାର ଦୋକାନ ଖୋଲା ଯାଇଥିବା ବେଳେ ସେହି ସ୍ଥାନରେ ମଧ୍ୟ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଳି ଲାଗିରହିଛି l କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତି ନ ଉପୁଜେ ନିଜେ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଉପସ୍ଥିତ ରହିବା ସହ ୩ପ୍ଲାଟୁନ ଫୋର୍ସ ମୁତୟନ ରହିଥିବା ତୁମୁଡିବନ୍ଧ ଥାନା ଅଧିକାରୀ ଜେନା ସୂଚନା ଦେଇଛନ୍ତି l ଏହି ଶିବରାତ୍ରିରେ ମନ୍ଦିର ପରିଚାଳନା କମିଟି ତରଫରୁ ବୃଦ୍ଧ ବୃଦ୍ଧା ବିକଳାଙ୍ଗ ଲୋକଙ୍କ ପାଇଁ ମୁଖ୍ୟ ରାସ୍ତାରୁ ମନ୍ଦିରକୁ ଯିବାପାଇଁ ଗାଡିର ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିବା ଦେଖିବାକୁ ମିଳିଛି l

Share