ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ ଦୁର୍ବୃତ୍ତ ହାତରେ ତେଲେଙ୍ଗା କଟୁରୀ ବନ୍ଧୁକ ଧରି ଖାଉଥିବା ହଲରେ ପହଞ୍ଚି ଘରର ମାଲିକ ଗୋବିନ୍ଦା ସିଂହକୁ ମୁହଁରେ ବ୍ଲାକ ଟେପ ଗୁଡ଼ାଇ ଦେବା ଓ ପରେ ଘରେ ସ୍ତ୍ରୀ ଲୋକଙ୍କ ମୁହଁରେ ବ୍ଲାକ ଟେପ ଗୁଡ଼ାଇ ଦେଇ ବନ୍ଧୁକ ଦେଖାଇ ସମସ୍ତ ମୋବାଇଲ ନେଇ ଯାଇଥିଲେ ପରେ ଗଦ୍ରେଜ ଚାବି ମାଗିଥିଲେ। ପରିବାର ଲୋକେ ଭୟଭୀତ ହୋଇ ଲକର୍‌, ଗଦ୍ରେଜ ଚାବି ଦେବା ପରେ ଲକର ରେ ଥିବା ନଗଦ ୨୦ଲକ୍ଷ ଟଙ୍କା, ୩୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଦୁଇଟି ବାଇକରେ ଫେରାର ହୋଇ ଯାଇଥିଲେ। ନୀଳଗିରି ଏନ.ଏ.ସିର ୯ ନମ୍ବର ୱାର୍ଡ କାହାଳିଆ ଗ୍ରାମର ଗୋବିନ୍ଦା ସିଂହ ଘରେ ଘଟିଛି। ପରେ ନୀଳଗିରି ଥାନାର ଆଇ.ଆଇ.ସି ଗୋବର୍ଦ୍ଧନ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଦୁଇ ଜଣ ଓଡ଼ିଆ ଯୁବକ ଥିବାବେଳେ ଆଉ ୪ ଜଣ ଅଣଓଡ଼ିଆ ଥିଲେ ବୋଲି ଗୋବିନ୍ଦା ସିଂହ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share