ଛତ୍ରପୁର, ୧୩।୩(ସନ୍ତୋଷ ପାଢ଼ୀ ): ଛତ୍ରପୁର ସ୍ଥିତ ଭ୍ରାମ୍ୟମାଣ ଅବକାରୀ ଟିମ ଗୁରୁବାର ଗଞ୍ଜାମ ବ୍ରିଜ ନିକଟରୁ ୮ କିଗ୍ରା ଗଞ୍ଜେଇ ସହ ଜଣଙ୍କୁ ଗିରଫ କରିଛନ୍ତି। ସେହେଲେ ଏସ.ଅଜୟ । ତାଙ୍କୁ କୋର୍ଟ ଚାଲାଣ କରିବାବେଳେ ସେ ଚମ୍ପଟ ମାରିଥିବା ବେଳେ ତାକୁ ଗୋଡାଇ ଗୋଡାଇ ଲାଇନ ବନ୍ଧ ନିକଟରୁ ଧରିବାକୁ ଅବକାରୀ କର୍ମଚାରୀ ସକ୍ଷମ ହୋଇଛି। ପରେ ତାଙ୍କୁ ଏଡିଜେ କୋର୍ଟକୁ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏସଆଇ ସୂର୍ଯ୍ୟ ନାରାୟଣ ରଥ,ଏଏସଆଇ ରବୀନ୍ଦ୍ରନାଥ ବିଶ୍ୱାଳ, କନଷ୍ଟେବଳ ଧନଞ୍ଜୟ ଦାସ, ସୁରଜିତ ପ୍ରଧାନ,ସଂଜୀବ ପ୍ରଧାନ,ଭାଗିରଥି ସ୍ବାଇଁ ପ୍ରମୁଖ ସାମିଲ ଥିଲେ।