Categories: ଅନୁଗୋଳ

ପ୍ରାରମ୍ଭିକ ଚିକିତ୍ସା ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ, ୫।୨ ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସାମାଜିକ ଦାୟିତ୍ୱବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଶୁକ୍ରବାର ବିଶ୍ୱ କର୍କଟ ଦିବସ ପ୍ରକଳ୍ପ ପାର୍ଶ୍ୱବର୍ତ୍ତୀ ଗ୍ରାମରେ ପାଳିତ ହୋଇଯାଇଛି। ଜେଏସ୍‌ପିଏଲ୍‌ ଅନୁଗୋଳର ମେଡିକାଲ କର୍ମଚାରୀମାନେ ଯୋଗଦେଇ ଗୋଷ୍ଠୀ ସମୁଦାୟଙ୍କୁ କର୍କଟ ରୋଗର ଲକ୍ଷଣ ବିଷୟରେ ବୁଝାଇବା ସହ ପ୍ରାରମ୍ଭିକ ଚିକିତ୍ସା ଦ୍ୱାରା ଏହାର ନିରାକରଣ ସମ୍ଭବ ବୋଲି କହିଥିଲେ। ଡାକ୍ତର ପ୍ରିୟଦର୍ଶିନୀ ରାୟ ଏବଂ ଡାକ୍ତର ସାଇସ୍ବରୂପ ପାଢୀ ବିଭିନ୍ନ କୁଅଭ୍ୟାସ ଦ୍ୱାରା ଶରୀରର କେତେକ ଅଙ୍ଗ କର୍କଟର ଶିକାର ହୋଇପାରେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଗ୍ରାମୀଣ ମହିଳା ଅଂଶଗ୍ରହଣ କରିଥିଲେ।