କୁକୁରର କୌଶଳ ଦେଖି ପ୍ରଶଂସକ କହିଲେ…

ଅଧିକାଂଶ ସମୟରେ କୁକୁରମାନଙ୍କର ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ଯାହା ଦେଖିଲେ ହସ ଅଟକାଇ ହୁଏ ନାହିଁ। ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ କୁକୁର ନିଜ ମାଲିକଙ୍କୁ କାମରେ ସାହାଯ୍ୟ କରୁଛି। ଏହି ସମୟରେ, ସେ ନିଜ କାର୍ଯ୍ୟକୁ ସହଜ କରିବା ପାଇଁ ବ୍ୟବହାର କରୁଥିବା କୌଶଳ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଭିଡିଓଟି ରେଡିଟ୍‌ ନାମକ ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ସ୍ମାର୍ଟ କୁକୁର ତାଙ୍କ ମାଲିକଙ୍କୁ ଟାୟାର ଚଳାଇବାରେ ସାହାଯ୍ୟ କରେ। ଏକ ସମୟରେ ୪ଟି ଟାୟାର କିପରି ନେଇ ହେବ ସେଥିପାଇଁ କଳ ବଳ କୌଶଳ ଲଗାଉଛି।

ଭିଡିଓ ଦେଖି ୟୁଜରମାନେ ବେଶ୍‌ ମଜାଳିଆ କମେଣ୍ଟ ସବୁ ଦେଖିବାକୁ ମିଳେ। ଜଣେ ୟୁଜର ଲେଖିଛନ୍ତି, କୁକୁର ବହୁତ ଚତୁର। ଅନ୍ୟ ଜଣେ ଲେଖିଛନ୍ତି, ମୁଁ ଜାଣିବାକୁ ଯଥେଷ୍ଟ ସ୍ମାର୍ଟ ନୁହେଁ। ଜଣେ ୟୁଜର ଲେଖିଛନ୍ତି, ‘ଆମେ କୁକୁରର ଯୋଗ୍ୟ ନୁହେଁ’।