ଓଜନ କମାଦେବାରୁ ମାଲିକଙ୍କୁ ଚିହ୍ନି ପାରିଲା ନାହିଁ କୁକୁର: ଆଉ ତା’ପରେ ଯାହା ଘଟିଲା, ଭିଡିଓ କରିବ ଭାବପ୍ରବଣ

କୁକୁର ଏପରି ଏକ ପଶୁ, ଯାହାକୁ ଅଧିକାଂଶ ଲୋକ ଘରେ ରଖି ପାଳିବାକୁ ପସନ୍ଦ କରନ୍ତି। କୁକୁରର ବିଶ୍ୱସ୍ତତା ଏବଂ ପ୍ରେମ ସବୁଠି ଉଦାହରଣ ଭାବରେ ଦେଖାଯାଏ। ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ଯେକେହି ଭାବପ୍ରବଣ ହୋଇଯିବେ।
ଭାଇରାଲ ଭିଡିଓରେ ଦେଖାଯାଏ ଯେ, ବଡ଼ ଦାଢି ଥିବା ଜଣେ ବ୍ୟକ୍ତି ପାର୍କରେ ଥିବା ଏକ ବେଞ୍ଚରେ ବସିଛନ୍ତି ଏବଂ ତାଙ୍କ ପଛରୁ ଗୋଟିଏ କୁକୁର ଭୁକୁଛି। ପଛରେ ଜଣେ ମହିଳା ମଧ୍ୟ ଠିଆ ହୋଇଛନ୍ତି, ଯିଏ ମାର୍ଗଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି। ସେହି ବ୍ୟକ୍ତିଙ୍କ ଆଡକୁ କୁକୁର ଚାହିଁ ଭୁକୁଛି। ବେଞ୍ଚରେ ବସିଥିବା ବ୍ୟକ୍ତି ଜଣଙ୍କ ହେଲେ କୁକୁରର ମାଲିକ। ସେ ଓଜନ କମାଇ ଦେଇଥିବାରୁ କୁକୁର ପ୍ରଥମେ ତାଙ୍କୁ ଚିହ୍ନି ପାରି ନାହିଁ, କିନ୍ତୁ ମାଲିକଙ୍କ ବାସ୍ନା ଶୁଙ୍ଘି ସେ ନିଜ ମାଲିକକୁ ଚିହ୍ନି ପାରିଛି। ଏହା ପରେ ସେ ଆନନ୍ଦରେ ମାଲିକଙ୍କ ଉପରକୁ ଡେଇଁପଡି ଖେଳୁଛି।
ବହୁ ସଂଖ୍ୟକ ଲୋକ ଏହାକୁ ଭିଡିଓ ପସନ୍ଦ କରିଛନ୍ତି। ଏପର୍ଯ୍ୟନ୍ତ ଏହି ଭିଡିଓ ୪.୨ ନିୟୁତ ଭ୍ୟୁ ପାଇଛି।

Share
Tags: viral-video