ଡାକ୍ତର ଖାଇଲେ ଗୋବର, ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଭିଡିଓ ସବୁ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେମିତି ଏକ ଅଜବ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ପରେ ଆପଣ ବିଶ୍ୱାସ କରିବେ ନାହିଁ ଯେ, କେହି ଡାକ୍ତର ଏପରି କାମ କରିଛନ୍ତି ବୋଲି।

ଭାଇରାଲ ଭିଡିଓରେ ଗାଈ ଗୋବରର ଉପକାରିତା କହୁଛନ୍ତି ଜଣେ ଡାକ୍ତର। ଭିଡିଓରେ  ଡାକ୍ତର ଗାଈ ଗୋବର ଖାଉଥିବା ସହିତ ଗୋବରର ଉପକାରିତା ବିଷୟରେ ମଧ୍ୟ କହିଛନ୍ତି। ଡାକ୍ତରଙ୍କ ଦାବିକୁ ଅନେକ ଲୋକ ପ୍ରଶ୍ନ କରିଥିବାବେଳେ ଉପଭୋକ୍ତାମାନେ ଏହି ଭିଡିଓ ଉପରେ କଡ଼ା ମନ୍ତବ୍ୟ ଦେଉଛନ୍ତି।

ଡାକ୍ତରଙ୍କ ନାମ ମନୋଜ ମିତ୍ତଲ।  ଭିଡିଓରେ ଡାକ୍ତର ମନୋଜ ଗୋବରର ଅନେକ ଉପକାର କହୁଛନ୍ତି। ସେ କହିଛନ୍ତି ଗୋ-ମୂତ୍ର ପିଇବା ଏବଂ ଗୋବର ଖାଇବା ଦ୍ୱାରା ଅନେକ ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ।

ଡାକ୍ତର ମନୋଜ କ୍ୟାମେରା ସାମ୍ନାରେ ଗୋବର ଉଠାଇ ଖାଉଛନ୍ତି। ସେ କହିଛନ୍ତି ଯେ, ଗୋବରରୁ ପଞ୍ଚଗବ୍ୟ ମିଳିଥାଏ। ଯାହାର ପ୍ରତ୍ୟେକ ଅଂଶ ମନୁଷ୍ୟ ପାଇଁ ଲାଭଦାୟକ।  ଗୋବର ଖାଇଲେ ଆମ ଶରୀର ଏବଂ ମନ ଶୁଦ୍ଧ ହୋଇଥାଏ। ଥରେ ଏହାକୁ ଖାଇବା ପରେ ଆମର ଆତ୍ମା ଶୁଦ୍ଧ ହୋଇଯାଏ ବୋଲି ସେ କହିଛନ୍ତି।