Categories: ଅନୁଗୋଳ

ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବେ ଡିଆଇଜି

ଅନୁଗୋଳ ଅଫିସ, ୩।୭ ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ.ସାର୍ଥକ ଷଡ଼ଙ୍ଗୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିଛନ୍ତି। ସେ ନ୍ୟୁୟର୍କସ୍ଥିତ କଲମ୍ବିଆ ୟୁନିଭରସିଟିରେ ମାଷ୍ଟର ଇନ ପବ୍ଲିକ ଆଡମିନିଷ୍ଟ୍ରେଶନ (ଏମ୍‌ପିଏ) ଶିକ୍ଷା କରିବେ। ପାଠ୍ୟକ୍ରମ ଅବଧି ୧ବର୍ଷ ରହିଥିବାବେଳେ ଏଥିଲାଗି ରାଜ୍ୟ ସରକାର ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଚଳିତ ମାସ ପ୍ରଥମ ସପ୍ତାହରେ ସେ କଲମ୍ବିଆ ଅଭିମୁଖେ ଯାତ୍ରା କରିବେ। ସୂଚନାଯୋଗ୍ୟ, ଡିଆଇଜି ଷଡ଼ଙ୍ଗୀ ଉତ୍ତର କେନ୍ଦ୍ରାଞ୍ଚଳ ଦାୟିତ୍ୱରେ ଥିଲେ। ଏଥିପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ତାଙ୍କ ସ୍ତ୍ରୀ ତଥା ଆଇଏଏସ୍‌ ଅଫିସର ଯାମିନୀ ଷଡ଼ଙ୍ଗୀ ୟୁଏସ୍‌ଏସ୍ଥିତ ପ୍ରିନ୍ସିଟନ୍‌ ୟୁନିଭରସିଟିରେ ମାଷ୍ଟର ଇନ୍‌ ପବ୍ଲିକ ପଲିସୀ (ଏମ୍‌ପିପି)ରେ ଅଧ୍ୟୟନ କରୁଛନ୍ତି।