ପୁରୁଷୋତ୍ତମପୁର,୧୨ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ସୋମବାର ଜାତୀୟ ଯୁବଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନସେବା କମିଟିର ଅଧ୍ୟକ୍ଷ ସିନିୟର ସିଭିଲ ଜଜ୍ ତଥା ଆସିଷ୍ଟାଣ୍ଟ ସେସନ ଜଜ୍ ଶରତକୁମାର ସାହୁ ସଭାପତିତ୍ୱ କରି ଦେଶର ବିକାଶରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯୁବଗୋଷ୍ଠୀଙ୍କ ବିକାଶ ହେଲେ ଦେଶର ବିକାଶ ହୋଇପାରିବ। ଏଣୁ ଯୁବକମାନେ ପଥଭ୍ରଷ୍ଚ ନ ହୋଇ ନିଜର ଭବିଷ୍ୟତ ଗଠନ ଦିଗରେ ଗୁରୁତ୍ୱ ଦେବାକୁ ପରାମର୍ଶମାନ ଦେଇଥିଲେ। ଏହାସହ ନିଶା ନିବାରଣ ସମ୍ପର୍କରେ ସଚେତନ କରାଇଥିଲେ।