ଟିକେଟ୍‌ ନ ମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଏମ୍‌ପିଙ୍କ ପରଲୋକ

ଚେନ୍ନାଇ,୨୮।୩: ତାମିଲନାଡୁର ଏରୋଡରୁ ବର୍ତ୍ତମାନର MDMK ଏମ୍‌ପି ଏ. ଗଣେଶମୂର୍ତ୍ତି (୭୬) ଗୁରୁବାର ସକାଳେ ଆଖିବୁଜିଛନ୍ତି। ଲୋକ ସଭା ନିର୍ବାଚନରେ ଟିକେଟ ନ ପାଇ ସେ ରାଗିଯାଇ ମାର୍ଚ୍ଚ ୨୪ରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ଗଣେଶମୂର୍ତ୍ତି ବିଷ ଖାଇବା ପରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ତାଙ୍କ ଅବସ୍ଥା ବିଗିଡିଯିବାରୁ ତାଙ୍କୁ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଥିଲା। ସେ ଏଠାରେ ମୃତ୍ୟୁବରଣ କରିଛନ୍ତି।