ଶାଶୁକୁ ହତ୍ୟା କରି ଝୁଲାଇ ଦେଲା ୩ ବୋହୂ

ଯୋଧପୁର, ୩।୯: ରାଜସ୍ଥାନର ଯୋଧପୁରରୁ ଚକିତ କଲାଭଳି ଏକ ମାମଲା ସାମ୍ନାକୁ ଆସିଛି। ୩ ଜଣ ବୋହୂ ପ୍ରଥମେ ଶାଶୁଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ଆତ୍ମହତ୍ୟା ରୂପ ଦେବା ପାଇଁ ଶାଶୁଙ୍କ ଶବକୁ ଫ୍ୟାନରେ ଝୁଲାଇ ଦେଇଥିଲେ। ଏହି ଚାଞ୍ଚଲ୍ୟକର ଘଟଣାଟି ଜିଲାର ମୋଟୋଡା ପୋଲିସ ଥାନା ଅଞ୍ଚଳର ରାମଦେବ ଗ୍ରାମରେ ଘଟିଛି। ଏହି ଗ୍ରାମର ବୃଦ୍ଧା ମହିଳା କମଳା ଦେବୀ ଓ ତାଙ୍କର ୩ ବୋହୂଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଝଗଡ଼ା ଲାଗି ରହୁଥିଲା। ଏହାପରେ ୩ଜଣ ଯାକ ବୋହୂ ମିଳିତ ଭାବେ କମଳାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ କମଳାଙ୍କ ଶବକୁ ଫ୍ୟାନରେ ଝୁଲାଇ ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରିଥିଲେ। ତେବେ କମଳାଙ୍କ ବାପଘର ଲୋକ ଏଥିରେ ସନ୍ଦେହ କରି ପୋଲିସ ନିକଟରେ ହତ୍ୟା ଅଭିଯୋଗ ଆଣିଥିଲେ। ପୋଲିସ ଘଟଣାର ତଦନ୍ତ କରି ୩ ବୋହୁ କମଳାଙ୍କୁ ହତ୍ୟା କରିଥିବା ଜାଣିପାରିଥିଲା। ତିନି ବୋହୂ ମଧ୍ୟ ନିଜ ଦୋଷକୁ ସ୍ବୀକାର କରିଥିଲେ। ଏହାପରେ ପୋଲିସ ୩ ବୋହୂ ଉମା, ପ୍ରେମୀ ଓ ପିଣ୍ଟୁଙ୍କୁ ଗିରଫ କରିଥିଲା। ଉମା ଓ ପ୍ରେମୀ ୨ ଭଉଣୀ ବୋଲି ଜଣାପଡ଼ିଛି।