ତୁହାକୁ ତୁହା ବର୍ଷା, ଚାଷୀ ବ୍ୟସ୍ତ: ବଜାର ଶୂନଶାନ୍‌

ଦାରିଙ୍ଗବାଡି,୧୬/୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ କିଛି ମାସ ହେଲା ତୁହାକୁ ତୁହା ବର୍ଷା ହେଉଛି। ଫଳରେ ଚାଷୀକୂଳକୁ ଯେତିକି ଫାଇଦା ହେବା କଥା କିଛି ଚାଷରେ ଫାଇଦା ହେଉଥିବାବେଳେ ଆଉ କିଛି ଚାଷରେ କ୍ଷତି ସହିବାକୁ ପଡୁଛି। ବିନ୍ ଚାଷ ଏବେ ସବୁଠାରୁ ଅଧିକା ହେଉଥିବାବେଳେ ତୁହାକୁ ତୁହା ବର୍ଷା କାରଣରୁ ଚାଷୀଙ୍କୁ ବହୁତ କ୍ଷତି ସହିବାକୁ ପଡୁଥିବା ଜାଗୃତିର ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ କହିଛନ୍ତି। ଫଳରେ କମ ସଂଖ୍ୟକ ବିନ୍ ଅମଳ ଭଲ ହୋଇ ବଜାରରେ ବିକ୍ରିପାଇଁ ଆସୁଥିବାବେଳେ ଏହାର ଚାହିଦା ମଧ୍ୟ ଭଲ ରହିଛି। କିଲୋ ପିଛା ଦର ୧ ଶହ ୨୦ ପର୍ଯ୍ୟନ୍ତ ଯାଇଥିବାବେଳେ ଏବେ ଦର ହ୍ରାସ ପାଇ ୮ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। କିନ୍ତୁ ଚାଷୀଙ୍କୁ ଏହାଠାରୁ ଯଥେଷ୍ଟ କମ ଦରରେ ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ଜଣାପଡିଛି। ଏବେ ଚାଷୀ ଜମିରେ ପନିପରିବା ଚାଷରେ ବ୍ୟସ୍ତ କାରଣରୁ ବଜାର ଘାଟ ଜନଶୂନ୍ୟ ହୋଇପଡିଛି। ଯାତ୍ରୀବାହୀ ବସରେ ଯାତ୍ରୀଙ୍କ ସଂଖ୍ୟା କମିଛି। ଏଭଳି ୨ ମାସ ହେଲା ଯାତ୍ରୀଙ୍କ ସଂଖ୍ୟା କମିଥିବା ଲଷ୍ମୀବସ ଦାୟିତ୍ୱରେ ଥିବା ସୁପରଭାଇଜର ସୁହାନି ସୁବୁଦ୍ଧି କହିଛନ୍ତି।