Categories: Home Leftଖେଳ

ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇପିଏଲ ନିୟମ ଭାଙ୍ଗିଥିଲେ କୋହଲି

ଚେନ୍ନାଇ, ୮।୪: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବାକୁ ଯାଉଛି ୧୪ତମ ଆଇପିଏଲ। ଏଥି ପୂର୍ବରୁ ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ରେ ଘଟିଥିବା ଏକ ଅଜଣା ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ୨୦୧୫ ଆଇପିଏଲର ଏକ ମ୍ୟାଚ୍‌ ବେଳେ ଅନୁଷ୍କା ଶର୍ମାଙ୍କୁ ଭେଟିଥିଲେ। ତେବେ ଏହି ଘଟଣା ଲାଗି କୋହଲିଙ୍କୁ ଦଣ୍ଡିତ କରାଯିବା ବଦଳରେ ମିଳିଥିଲା କେବଳ ଅନ୍‌ଅଫିସିଆଲ ଚେତାବନୀ।

ବର୍ଷା ବାଧାପ୍ରାପ୍ତ ବାଙ୍ଗାଲୋର ଓ ଦିଲ୍ଲୀ ମ୍ୟାଚ୍‌ ବେଳେ ଡ୍ରେସିଂ ରୁମ୍‌ ପାଖରେ ଥିବା ଭିଆଇପି ଏନକ୍ଲୋଜରକୁ ଯାଇ ଗର୍ଲଫ୍ରେଣ୍ଡ ଅନୁଷ୍କାଙ୍କୁ ଭେଟିଥିଲେ କୋହଲି। ଏହା ଦ୍ୱାରା ସେ ଉଲ୍ଲଂଘନ କରିଥିଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ନିୟମ। ଏହି ନିୟମ ଅନୁଯାୟୀ, କୌଣସି ଫ୍ରାଞ୍ଚାଇଜର ଖେଳାଳି ମ୍ୟାଚ୍‌ ବେଳେ ସ୍ତ୍ରୀ କିମ୍ବା ଗର୍ଲ ଫ୍ରେଣ୍ଡଙ୍କ ସହ କଥା ହୋଇପାରିବେ ନାହିଁ।