ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର ଗୋଷ୍ଠୀ ୪ ଜଣ କିନ୍ନରଙ୍କୁ ଭଦ୍ରକ ସହରାଞ୍ଚଳ ଥାନା ରେ ଜିମା ଦେଇଛନ୍ତି । ତେବେ ଏହି ୪ ଜଣ କିନ୍ନର ବାଂଲାଦେଶୀ ବୋଲି ଅଭିଯୋଗ ଆଣିଛନ୍ତି କିନ୍ନରମାନେ। ଭଦ୍ରକ ଜିଲାରେ ୨୦ରୁ ଅଧିକ ବାଂଲାଦେଶୀ କିନ୍ନର ରହି ବିଭିନ୍ନ ଅନୈତିକ ଓ ଆପରାଧିକ କାର୍ଯ୍ୟରେ ନିୟୋଜିତ ରହୁଛନ୍ତି ବୋଲି ଅଭିଯୋଗ ଆସିଛି। ଦୁଇ ଗୋଷ୍ଠୀ ପୋଲିସ ସାମ୍ନାରେ ଥାନା ଆଗରେ ହଙ୍ଗାମା କରିଥିଲେ। ତେବେ ଏହି ୪ କିନ୍ନରଙ୍କ କାଗଜପତ୍ର ଯାଞ୍ଚ ଦାବିରେ ସହରାଞ୍ଚଳ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ଅନ୍ୟ ଗୋଷ୍ଠୀର କିନ୍ନର। ଉକ୍ତ ୪ କିନ୍ନରଙ୍କୁ ଭଦ୍ରକ ସହରାଞ୍ଚଳ ପୋଲିସ ଅଟକ ରଖିଛି।

Dharitri – Odisha’s No.1 Odia Daily