ମାଦଳ ବଜାଇଲେ, ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ: ଆଉ ତା’ପରେ…

କେନ୍ଦୁଝର,୨୧।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ତିନି ଦିନିଆ ଗସ୍ତରେ ଆସି ଗତକାଲି ଅପରାହ୍ନରେ ନିଜ ଜନ୍ମ ଗ୍ରାମ ରାଇକଳାରେ ପହଞ୍ଚି ଦୀପାବଳୀ ପାଳନ କରିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଅବସରରେ ମାଝୀ ଗ୍ରାମବାସୀଙ୍କ ସହିତ ପାରମ୍ପରିକ ମାଦଳ ବଜାଇ ଓ ନୃତ୍ୟଗୀତ ସାମିଲ ହୋଇ ଦୀପାବଳୀ ପାଳନ କରିଛନ୍ତି। ସେହିପରି ସେଠାରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଅଭିଯୋଗ ଶୁଣିଥିଲେ ଏବଂ ସମାଧାନ କରିବାକୁ ପ୍ରଶାସନକୁ କହିଲେ। ତା’ପରେ କେନ୍ଦୁଝର ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି।

 

Dharitri – Odisha’s No.1 Odia Daily

 

 

Share