କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟରେ ବନ୍ଦ ଡାକରାର ପଡ଼ିଛି ପ୍ରଭାବ। ଏଥିଯୋଗୁ ଗାଡି ମୋଟର ବନ୍ଦ ରହିଥିଲା। ଫଳରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ବେଣୁଧର ଶବର ଘରୁ ଅଫିସକୁ ଅଧ କିଲୋମିଟର ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି। ସମୟ ହୋଇଯାଇଥିଲେ ହେଁ ଅଫିସ ଗାଡି ସବୁକୁ ଆନ୍ଦୋଳନକାରୀ ଛାଡୁ ନ ଥିବାରୁ ସେ ଚାଲି ଚାଲି ପହଞ୍ଚିଥିଲେ । ଏନେଇ ପଚାରିବାରେ ଚାଲି ଚାଲି ଯିବା ଦ୍ୱାରା ସ୍ବାସ୍ଥ୍ୟ ଭଲ ରୁହେ। ଏମିତିରେ ବି ବ୍ୟସ୍ତତା ଯୋଗୁ ଆମକୁ ଚାଲିବାକୁ ସମୟ ମିଳି ନ ଥାଏ ବୋଲି ସେ କହିଛନ୍ତି।