Woman verifies account balance on smartphone with mobile banking application.
ନୂଆଦିଲ୍ଲୀ,୭।୮: କାର୍ଡ ଏବଂ ମୋବାଇଲ ଡିଭାଇସ ବ୍ୟବହାର ଦ୍ୱାରା ଦେଶ ମଧ୍ୟରେ ଅଫ୍ଲାଇନ ପେମେଣ୍ଟ ହୋଇପାରିବ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗୁରୁବାର ଘୋଷଣା କରିଛି। ପରୀକ୍ଷାମୂଳକ ଭିତ୍ତିରେ ଏହି ସେବାକୁ ଘରୋଇ ବଜାରରେ ଆରମ୍ଭ କରାଯିବା ନେଇ ବ୍ୟବସ୍ଥା ରହିଛି। ଇଣ୍ଟରନେଟ ସଂଯୋଗ ନ ଥିଲେ ମଧ୍ୟ ଲୋକମାନେ ଯେଭଳି ଡିଜିଟାଲ ପେମେଣ୍ଟ କରିପାରିବେ ସେ ନେଇ ଏକ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଅଫ୍ଲାଇନ ପେମେଣ୍ଟ ସଲ୍ୟୁଶନ ଉନ୍ନତ କରିବା ଲାଗି ରିଜର୍ଭ ବ୍ୟାଙ୍କ କମ୍ପାନୀଗୁଡିକୁ ଉତ୍ସାହିତ କରୁଛି। ୟୁଜରଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି କ୍ଷୁଦ୍ର ମୂଲ୍ୟ ବିଶିଷ୍ଟ ପେମେଣ୍ଟ ସୁବିଧା ସହ ବିଲ୍ଟ ଇନ୍ ଫିଚର ଆଣିବାକୁ ଯୋଜନା ରହିଛି। ଗ୍ରାହକଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସୁରକ୍ଷା ଏବଂ ଲାଏବିଲିଟିକୁ ମଧ୍ୟ ଧ୍ୟାନରେ ରଖାଯିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। ଏ ନେଇ ଶୀଘ୍ର ଅଧିସୂଚନା ଜାରି କରାଯିବ ବୋଲି ଜଣାପଡିଛି।