ଡିଭାଇଡରରେ ଚଢ଼ି ଓଲଟି ପଡ଼ିଲା କାର୍‌

ଛତ୍ରପୁର,୨୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ପୋକିଡ଼ିବନ୍ଧ ଛକଠାରେ ବୁଧବାର ଏକ କାର୍‌ ଓଲଟି ପଡ଼ିଛି। ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଡ୍ରାଇଭର।
ମିଳିଥିବା ସୂଚନା ମୁତାବକ ଖଲ୍ଲିକୋଟରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାର୍‌ ଭାରସାମ୍ୟ ହରାଇ ଡାଭାଇଡର ଉପରକୁ ଚଢ଼ିଯାଇ ଓଲଟି ପଡ଼ିଥିଲା। ଏଥିରେ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାର ଖବର ପାଇ ହାଇଓ୍ବେ ପାଟ୍ରୋଲିଂ ପୋଲିସ ପହଞ୍ଚି ଗାଡ଼ିକୁ ଉଦ୍ଧାର କରିଥିଲା।

Share
Tags: accidentCar