ଜାତୀୟ ରାଜପଥରେ ଜଳିଗଲା କାର୍‌

କୋରାପୁଟ,୨୦ା୭(ଅମିତାଭ ବେହେରା): କୋରାପୁଟ ଜିଲା ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ମିସିଂଗୁଡ଼ା ଛକରେ ଶନିବାର ଏକ କାର୍‌ ହୁତୁହୁତୁ ହୋଇ ଜଳିଯାଇଛି।
ସୂଚନାଯୋଗ୍ୟ, ସୁନାବେଡ଼ାରୁ କୋରାପୁଟ ଷ୍ଟେଶନ ଯାଉଥିବା ବେଳେ ଉକ୍ତ କାର୍‌ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କ୍ଷଣି କାର୍‌ରେ ଥିବା ୫ ଜଣ ଯାତ୍ରୀ ଡେଇଁ ପଡ଼ିଥିଲେ। ଫଳରେ ସମସ୍ତେ ସୁରକ୍ଷିତ ଅଛନ୍ତି। ତେବେ ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Share
Tags: CarFire