ରାସ୍ତାକୁ ମାଡ଼ି ଆସିଲାଣି ଲଟାବୁଦା, ପ୍ରଶାସନ ନିଷ୍କ୍ରିୟ

ଗଞ୍ଜାମ,୨୩ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ତ୍ରିବେଣୀ ମଠ ଛକଠାରୁ ପୁଇଁତୋଳା ଗ୍ରାମକୁ ସଂଯୋଗ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ରାସ୍ତାର ଉଭୟ ରାସ୍ତା ପାର୍ଶ୍ୱ ଉପରକୁ ଲଟାବୁଦା ମାଡ଼ି ରାସ୍ତା ଏକ ପ୍ରକାର ସଂକୁଚିତ ହୋଇପଡ଼ିଲାଣି। ଏଥିସହ ରାସ୍ତା ସାରା ଖାଲଢିପରେ ପରିପୂର୍ଣ୍ଣ। ଉକ୍ତ ରାସ୍ତାରେ ଚାରି ଚକିଆ ଯାନ ତଥା ଟ୍ରାକ୍ଟର,ପିକ୍‌ଅପ୍‌, ଅଟୋ ଆଦି ଗଲାବେଳେ ସାଇକେଲ ଆରୋହୀ ଓ ବାଇକ୍‌ଆରୋହୀ ଅସୁବିଧାରେ ପଡୁଥିବା ପରିଲକ୍ଷିତ ହେଉଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ସେହି ରାସ୍ତା ଉପରେ ନିର୍ଭର କରୁଥିବା କର୍ତ୍ତୀ ସାହି, ପୁଇଁତୋଳାର ଲୋକମାନେ ହଇରାଣ ହେଉଛନ୍ତି। ତତ୍‌ ସଙ୍ଗେ ସଙ୍ଗେ ଦୈନନ୍ଦିନ ଶହଶହ ସ୍କୁଲ ଛାତ୍ରୀଛାତ୍ର ସ୍କୁଲ ଟିଉସନକୁ ଯିବା ଆସିବା କରୁଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Dharitri – Odisha’s No.1 Odia Daily