ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେ ହେଲେ ବାଙ୍କଲେଡି ଗ୍ରାମର ବାହେଲୀ ଗୌଡ଼ (୬୦)। ବାହେଲି ଆଜି ସକାଳ ପ୍ରାୟ ୯ଟା ସମୟରେ ନିଜ ଗ୍ରାମରୁ ସାଇକେଲ ଯୋଗେ ବଜାରକୁ କାମ କରିବାକୁ ଆସୁଥିଲେ। ଏହି ସମୟରେ ଭାଲିଆଖାଇ ଛକରେ ବସ ଟି ପଛ ଆଡୁ ଧକ୍କା ଲଗାଇ ପ୍ରାୟ ୧୦୦ ମିଟର ଘୋଷାଡି ନେଇଥିଲା। ଏହାପରେ ରାସ୍ତାରେ ଯାଉଥିବା ଲୋକେ ଏନେଇ ଦେଖି ପାଟି କରିବା ପରେ ବସଟି ଅଟକିଥିଲା। ଏହାପରେ ଲୋକେ ବାହେଲିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।

 

Dharitri – Odisha’s No.1 Odia Daily

 

Share
Tags: accident