ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ

ରାୟଗଡ଼ା,୧୭ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଉପକଣ୍ଠସ୍ଥ ବାଇସିଂ ପଞ୍ଚାୟତ ଧୁମାଗୁଡ଼ା ଗ୍ରାମ ନିକଟସ୍ଥ ରାସ୍ତାକଡ଼ରେ ଥିବା ଏକ ଛୋଟ ପାହାଡ଼ ଟାପୁ ଉପରେ ଏକ ମୃତଦେହ ଠାବ ହୋଇଛି। ମୃତ ଯୁବକ ଜଣକ ହେଲେ କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ ପଟାମୁଣ୍ଡା ଗ୍ରାମର ପବିତ୍ର ନାଏକ(୨୨)। ଖବର ପାଇ ରାୟଗଡ଼ା ଟାଉନ ଥାନା ଆଇଆଇସି କେକେବିକେ କହଁରଙ୍କ ନେତୃତ୍ୱରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ତଦନ୍ତ ବେଳେ ମୃତ ପବିତ୍ରଙ୍କ ମୃତଦେହ ନିକଟରେ ମଦ ବୋତଲ, କପା ଔଷଧ ସମେତ ମୋବାଇଲ ଓ କିଛି ଟଙ୍କା ପଡ଼ିଥିବା ଆଇଆଇସି କହଁର ସୂଚନା ଦେଇଛନ୍ତି।